Pratidin TV

Odisha's Digital News Platform

ନଦୀରୁ ଧରାପଡିଲା ମଣିଷଖିଆ କୁମ୍ଭୀର, ଗାଁରେ ଖେଳିଗଲା ଭୟର ଆତଙ୍କ..

ବାଲେଶ୍ୱର: ପୁଣି ଗାଁରେ ଆତଙ୍କ ଖେଳାଇଲା କୁମ୍ଭୀର । ଦୀର୍ଘ କିଛି ମାସ ଧରି କୁମ୍ଭୀର ଯୋଗୁଁ ଅନେକ ଜୀବନ ଯାଇଛି । ଯାହାଫଳରେ ନଦୀକୂଳ ଅଂଚଳରେ ଲୋକଙ୍କ ଭିତରେ ଭୟ ରହିଛି। ପୁଣି କିଛି ଦିନର ବ୍ୟବଧାନ ପରେ ନଦୀରୁ ଉଦ୍ଧାର ହେଲା କୁମ୍ଭୀର । ଯାହାଖବର ଜଣା ପଡିବା ପରେ ଗାଁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି। ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ ୪ ଫୁଟ ଲମ୍ବ ର କୁମ୍ଭୀର ଉଦ୍ଧାର କରାଯାଇଛି । ତେବେ କୁମ୍ଭୀରକୁ ଦେଖି ଘଟଣା ସ୍ଥଳରେ ଭୟର ବାତାବରଣ ଖେଳି ଯାଇଛି । ସୂଚନା ଅନୁଯାୟୀ ଏହି ନଦୀରେ ଦୀର୍ଘ ଏକ ମାସ ରୁ ଉର୍ଦ୍ଧ ସମୟ ଧରି କୁମ୍ଭୀର ଆତଙ୍କ ଖେଳାଇଛି ।

ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ନଦୀ କୁ ଯାଉ ନାହାନ୍ତି, କିଛି ଛେଳି ଏବଂ ଗୋରୁ କୁ କୁମ୍ଭୀର ମାରି ଖାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ବାରମ୍ବାର ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ପହଞ୍ଚି ନଥିଲା କି କୁମ୍ଭୀର କୁ ଧରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଏହି ନଦୀ ରେ ଦୁଇ ରୁ ତିନୋଟି କୁମ୍ଭୀର ବୁଲୁଥିବା ଗ୍ରାମବାସୀ ଦେଖିଥିବା ବେଳେ ଗୋଟିଏ କୁମ୍ଭୀର ଜାଲରେ ଲାଗିବା ପରେ ଗ୍ରାମବାସୀ ବନବିଭାଗ କୁ ଖବର ଦେଇ ଥିଲେ । ବନ ବିଭାଗ ଉଦ୍ଧାର କୁମ୍ଭୀରକୁ ନେଇ ଯାଇଥିବା ବେଳେ ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବାକୁ ଆଦୌ ଆଗ୍ରହ ଦେଖାଇ ନଥିଲା । ତେବେ ଅନ୍ୟ କୁମ୍ଭୀରକୁ ଧରିବା ପାଇଁ ଗ୍ରାମବାସୀ ଦାବି କରିବା ସହ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *