ଶ୍ରମିକ ଆଦିକନ୍ଦଙ୍କ ମୁଣ୍ଡରେ ଛିଡିଲା କରତକଳ ବ୍ଲେଡ୍ ,ତାପରେ…
1 min readକେନ୍ଦ୍ରାପଡ଼ା ; ଗୋଟିଏ ନୁହେଁ କି ୨ଟି ନୁହେଁ ଲାଗି ଲାଗି ବାଇଶି ଗୋଟି କରତକଳ ଚାଲିଛି ବଳଭଦ୍ରପୁର ଅଞ୍ଚଳର ନୂଆହାଟ ଠାରେ । ଜିଲ୍ଲା ଓ ଜିଲ୍ଲା ବାହାରର ଶ୍ରମିକ ମାନେ ଦୀର୍ଘ ବର୍ଷ ହେଲା ଏହିଠାରେ କାର୍ଯ୍ୟ କରିଆସୁଛନ୍ତି । ଏହି କରତକଳ ମାନଙ୍କରେ କେବଳ ଶ୍ରମିକ ମନକୁ ଗୋତି ଶ୍ରମିକ ଭାବେ ଖଟାଇ ଚାଲିଛନ୍ତି । ଶ୍ରମିକଙ୍କ ସ୍ୱାର୍ଥକୁ କାହାରି ଏଠି ନିଘାନାହିଁ ନାହିଁ ସେମାନଙ୍କର ମୁଣ୍ଡରେ ହେଲମେଣ୍ଟ ନାହିଁ କି ଗୋଡ଼ରେ ବୁଟ । ଯେଉଁ ହେଲମେଣ୍ଟ ନଥିବା କାରଣରୁ ଆଜି ଅକାଳରେ ଝଡି ପଡିଲା ଜଣେ କାର୍ଯ୍ୟରତ ଶ୍ରମିକର ଜୀବନ । ସୂଚନା ଅନୁଯାଇ ଗତକାଲି ଏହି କରତକଳ ମଧ୍ୟରୁ ଗଣେଶ କରତ କଳ ( ଖସଡ଼ା – ୯ )ରେ କାର୍ଯ୍ୟରତ ଭାଗବତପୁର ପଞ୍ଚାୟତ ର ବଙ୍କବନ୍ଧ ଗାଁର ଆଦିକନ୍ଦ ଜେନା ଏଠାରେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲା କାମ କରିଆସୁଥିଲେ । ହେଲେ ଗତକାଲି ସନ୍ଧ୍ୟା ୫ ଟା ସମୟରେ ଆଦିକନ୍ଦ ଆରି ବ୍ଲେଡ ଉପରକୁ ଏକ ଛୋଟ କାଠଗଣ୍ଡି ଉଠାଇଲା ସମୟରେ ଆରି ଛିଣ୍ଡି ଜେନାଙ୍କ ମୁଣ୍ଡରେ ବାଜି ଖୁବ ଜୋରରେ ଆଘାତ ଲାଗିଥିଲା ସାଙ୍ଗେ ସାଙ୍ଗେ ଆହତ ଜେନାଙ୍କୁ ଡାକ୍ତର ଖାନାକୁ ନିଆଯାଇଥିବବେଳେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ କରତକଳ ରେ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ତା ନାହିଁ । ହେଲେମେଟ୍ କୁହନ୍ତୁ ଵା ଗୋଡ଼ରେ ବୁଟ କୁହନ୍ତୁ କିଛି ନାହିଁ । ପ୍ରଶାସନର ଏହା ପ୍ରତି ନିଘାନାହିଁ ଯାହା ଫଳରେ ଆଜି କରତକଳର ମାଲିକର ବେପରୁଆ ମନଭାବରୁ ଆଜି ଜଣେ ଶ୍ରମିକର ଜୀବନ ଚାଲିଗଲା । ଯଦି ଆଦିକନ୍ଦ ଙ୍କ ମୁଣ୍ଡରେ ସେଦିନ ହେଲମେଟ୍ ଥାନ୍ତା ତେବେ ଆଜି ବୋଧହୁଏ ସେ ଜୀବିତ ଥାନ୍ତେ ।
ତେବେ ସୂଚନା ଅନୁ୍ଯାୟୀ ଶ୍ରମିକ ଆଦିକନ୍ଦ ତିନିଗୋଟି ଝିଅ ଗୋଟିଏ ଝିଅର ବିବାହ କରିସାରିଥିବା ବେଳେ ଏବେ ୨ଟି ଛୋଟ ଛୋଟ ଝିଅ । ବାପାଙ୍କ ଖବର ଶୁଣି ଆଦିକନ୍ଦ ଙ୍କ ଝିଅ ସଂଜ୍ଞାହୀନ ହୋଇ କେନ୍ଦ୍ରାପଡା ଡାକ୍ତରଖାନରୁ କଟକ ସ୍ଥାନାନ୍ତରିତ ହୋଇ ଏବେ କଟକ ଡାକ୍ତରଖାନାରେ ଚିକିତ୍ସାତ ହୋଇଉଛନ୍ତି । ତେବେ ଏହି ଖବର ପ୍ରସାରିତ ହେବାପରେ ପ୍ରଶାସନ କିପ୍ରକାର ନ୍ୟାୟ ପ୍ରଦାନ କରୁଛି ତାହା ଖାଲି ଦେଖିବା ବାକି ରହିଲା ।