ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ ୨୫ରେ ବାତ୍ୟା ଫେଙ୍ଗାଲ
1 min readଆସୁଛି ବାତ୍ୟା ଫେଙ୍ଗାଲ | ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ | ଆସନ୍ତାକାଲି ଲଘୁଚାପ ଓ ୨୫ରେ ସୃଷ୍ଟି ହେବ ବାତ୍ୟା ଫେଙ୍ଗାଲ | ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ କାଲି ଲଘୁଚାପ ସୃଷ୍ଟି ହୋଇପାରେ | ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି |
ତେବେ ଜିଏଫଫେସ ମଡେଲ ଆକଳନ ଅନୁସାରେ ଭାରତ ମହାସାଗର ନିକଟ ସୁମିତ୍ରା ଦ୍ବୀପ ଓ ଆଣ୍ଡାମାନ ସାଗର ନିକଟରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ | ତେବେ ଏହା ୨୪ ତାରିଖରେ ଅବପାତରେ ପରିଣତ ହେବ | ୨୫ ତାରିଖରେ ଡିପ ଡିପ୍ରେସନ ବା ବାତ୍ୟାର ପରିଣତ ରୂପ ନେବାର ସମ୍ଭାବନା ରହିଛି | ବାତ୍ୟା ସୃଷ୍ଟି ହେଲେ ତାହାର ନାମ ରହିବ ଫେଙ୍ଗାଲ | କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ | ତେବେ ୨୭ ତାରିଖରେ ଏହା ତାମିଲନାଡୁର ଉପକୂଳ ଛୁଇଁପାରେ |
ଏପଟେ NCEP GFS ମଡେଲ କହୁଛି ଆସନ୍ତା ୨୫ ସୁଦ୍ଧା ଭୀଷଣ ବାତ୍ୟା ସମ୍ଭାବନା ରହିଛି । ତାମିଲନାଡୁ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ହେବ । ପ୍ରଭାବରେ ୨୪ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଦ୍ବୀପରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ନିକୋବର ଦ୍ବିପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଇଏମଡି । ୱିଣ୍ଡିର ECMWF ମଡେଲର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ୨୪ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ । ଏପଟେ ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ । ତାଙ୍କ ଆକଳନ ଅନୁସାରେ ଚଳିତ ସପ୍ତାହ ଶେଷ ଆଡ଼କୁର ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ କିମ୍ବା ଶ୍ରୀଲଙ୍କାରେ ହିଟ କରିବ । ବାତ୍ୟା ପେଙ୍ଗାଲର ପ୍ରଭାବ ଶ୍ରୀଲଙ୍କା ସମେତ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିପାରେ । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।