Pratidin TV

Odisha's Digital News Platform

ଭଙ୍ଗାହାତ ଦେଖି ୨୨ କିମି ଦୂର ମେଡିକାଲ ଟ୍ରଲି ରେ ବୋହିନେଲା ଝିଅ

1 min read

ଟ୍ରଲିରେ ବୋହି ବାପାଙ୍କୁ ମେଡିକାଲ ନେଲା ଝିଅ । ଜମିବାଡି ବିବାଦକୁ ନେଇ ଆକ୍ରମଣର ଶିକାର ହୋଇଥିଲେ ବାପା । ଫଳରେ ଲହୁଲୁହାଣ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲୋ । ହେଲେ ବାପାଙ୍କର କଷ୍ଟକୁ ଦେଖି ସହି ପାରିନଥିଲା ଝିଅଟି । ଆଉ କିଛି ଉପାୟ ନ ପାଇ ଶେଷରେ ଟ୍ରଲିରେ ୩୦ କିଲୋମିଟର ବାହି ବୋହି ବାପାଙ୍କୁ ଆଣିଥିଲା ମେଡିକାଲ । ଏ ଦୃଶ୍ୟ ଯେ କେହିବି ଦେଖିବ ଆଖିରେ ଲୁହ ଆସିଯିବ । ତେବେ ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଅଧିନ ନଦୀ ଗାଁ ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସେହି ଗାଁର ସୋମନାଥ ସେଠିଙ୍କୁ ଜମିବାଡି ବିବାଦରେ ଗାଁ ଅନ୍ୟ ଲୋକମାନେ ଆକ୍ରମଣ କରିଥିଲେ । ଏଥିରେ ସୋମନାଥଙ୍କ ହାତ ଭାଙ୍ଗିଯିବା ସହ ଶରୀର କ୍ଷତ ବିକ୍ଷତ ହୋଇଯାଇଥିଲା । କିନ୍ତୁ ବାପାଙ୍କୁ ମେଡିକାଲ ନେବା ପାଇଁ ପାଖରେ କେହି ନଥିଲେ । ଶେଷରେ ବାଧ୍ୟ ହୋଇ ୧୪ ବର୍ଷିୟ ଝିଅ ସୁଜାତା ସେଠୀ ଏକ ଟ୍ରଲି ସାହାଯ୍ୟରେ ବାପାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲା । ଝିଅ ସୁଜାତାର ଏପରି କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି ଏପରି ଝିଅ ସବୁ ବାପାଙ୍କୁ ମିଳୁ ।

Advertisement

Leave a Reply

Your email address will not be published. Required fields are marked *