Pratidin TV

Odisha's Digital News Platform

ଭିଜିଲାନ୍ସ ହାବୁଡରେ ଡାକ୍ତର -ଫାର୍ମାସିଷ୍ଟ , ୫ ଲକ୍ଷ ଦରମା ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ ।

1 min read

ଲାଞ୍ଚନେଇ ଧରାପଡିଲେ ଡାକ୍ତରବାବୁ ଏବଂ ଫାର୍ମାସିଷ୍ଟ । ୫ ଲକ୍ଷର ଦରମା ବିଲ୍ କରାଇଦେବାକୁ ୪୦ ହଜାରର ଲାଞ୍ଚ ମାଗୁଥିଲେ ଡାକ୍ତର ବାବୁ ଏବଂ ଫାର୍ମାସିଷ୍ଟ । ଲାଞ୍ଚନେବା ସମୟରେ ମାଡିବସିଲା ଭିଜିଲାନ୍ସ । ଆଜି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଏଭଳି ଖବର ସାମ୍ନାକୁ ଆସିଛି ।

ସୂଚନା ଥାଉକି, ଡାକ୍ତର ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ ଦରମା ବିଲ କରାଇଦେବାକୁ ଜଣେ କର୍ମଚାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ ।

Advertisement

ଡାକ୍ତରଖାନାର ଜଣେ କର୍ମଚାରୀଙ୍କ ୪ ଲକ୍ଷ ୮୩ ହଜାର ୫୭୨ ଟଙ୍କାର ଦରମା ବିଲ୍ କରାଇଦେବା ପାଇଁ ତାଙ୍କ ଠାରୁ ଦରମାର ୧୦ ପ୍ରତିଶତ ଟଙ୍କା ମାଗିଥିଲେ । ଅର୍ଥାତ୍ ୪୦ ହଜାର ଟଙ୍କା । ଆଉ ଏନେଇ କର୍ମଚାରୀ ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ଟିମ୍ ନାଲି ହାତରେ ଡାକ୍ତର ବାବୁ ଏବଂ ଫାର୍ମାସିଷ୍ଟଙ୍କୁ ଧରିଛି ।

ସେମାନଙ୍କ ଠାରୁ ୪୦ ହଜାର ନଗଦ ଟଙ୍କା ସହ ଡାକ୍ତର ଭୂୟାଁଙ୍କ ବାସଭବନ ସମେତ ୩ ଟି ସ୍ଥାନରେ ଏବଂ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କ ଗୋଟିଏ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ l ସେହିପରି ଡାକ୍ତର ଫାର୍ମାସିଷ୍ଟଙ୍କୁ ଅଧିକ ଖୋଳତାଡ ପରେ ଭିଜିଲାନ୍ସ ଶୀଘ୍ର ସମୃକ୍ତ ମାମାଲା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

Leave a Reply

Your email address will not be published. Required fields are marked *