Pratidin TV

Odisha's Digital News Platform

କାଳ ସାଜିଲା ପିକନିକ୍ , ଗୋଟିଏ ପରିବାରରୁ ନେଲା ୪ ଜୀବନ…

1 min read

ଛତିଶଗଡ : ଦୁର୍ଘଟଣାଗ୍ରସ୍ତ ହେଲା ପିକ୍ନିକ୍ ଗାଡ଼ି । ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଛତିଶଗଡ଼ର ଯଶପୁରରେ ଘଟିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ରାଂଚିର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନ୍ୟ ୪ଜଣ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି ହୋଇଥିବା ସୋମବାର ପୋଲିସ ସୂଚନା ଦେଇଛି ।

picnic van

ସୂଚନାଯୋଗ୍ୟ, ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ନୂତନ ବର୍ଷ ପାଳନ କରି ଘରକୁ ଫେରୁଥିଲେ । ଛତିଶଗଡ଼ର ରାଜଧାନୀଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଯଶପୁରଠାରେ ର୍କାଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫସି ରହିଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ତେବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ବାପା ଏବଂ ପୁଅ ଚିକିତ୍ସିତ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *