Pratidin TV

Odisha's Digital News Platform

କେବେ ପଡିବ ପ୍ରଶାସନର ଦୃଷ୍ଟି ? ଚିରା ଜରିପାଲ ଘରେ ହନ୍ତସନ୍ତ ହନ୍ତସନ୍ତ ରୋଗୀଣା ବିଜୟଙ୍କ ପରିବାର ..

1 min read

ଜଗତସିଂହପୁର : ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବିଜିପୁରୁ ଗ୍ରାମର ବିଜୟ ସ୍ୱ।ଇଁ ୪୦ ବର୍ଷର ଯୁବକ। ରୋଗ ଯନ୍ତ୍ରଣାରେ ଶଯ୍ୟାଶାୟୀ।କଥା ବାର୍ତ୍ତା କରିପାରନ୍ତି ନାହିଁ। ଶରୀରର ଡାହାଣ ହାତଗୋଡ ପାରାଲିସିସ୍ ଯୋଗୁଁ ସମ୍ପୁର୍ଣ୍ଣ ଅଚଳ।ଧରିକି ଉଠେଇଲେ ଉଠନ୍ତି,ଖୁଆଇ ଦେଲେ ଖାଆନ୍ତି। ଆଶ୍ରୟ ଏକମାତ୍ର ପରିତ୍ୟକ୍ତ ଜରିପାଲଘର । ନା ମିଳୁଛି ଆବଶ୍ୟକ ଖାଦ୍ୟ ନା ଔଷଧ।ଦୀର୍ଘ ଏକ ବର୍ଷ ହେଲାଣି ଏହିପରି ବିତୁଛି ଜୀବନ। ଏମିତି ଏକ ଯନ୍ତ୍ରଣା ଦାୟକ ଘଟଣା ଦେଖିବାକୁ ମିଳିଛି ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ବିଜିପୁରୁ ଗ୍ରାମରେ।

ଗତ ଏକ ବର୍ଷ ତଳେ ହଠାତ୍ ମସ୍ତିଷ୍କାଘାତ ରୋଗରେ ପୀଡିତ ହୋଇ ବିଜୟ କଟକ ବଡ଼ ମେଡ଼ିକାଲରେ କିଛି ଦିନ ଚିକିତ୍ସା ପରେ,ଡାକ୍ତରଙ୍କ ପରାମର୍ଶ କ୍ରମେ ଘରକୁ ଆସିଥିଲେ । ଘରକୁ ଫେରିବା ପରେ ଅନ୍ୟ ବେସରକାରୀ ଚିକିତ୍ସାଳୟରେ ବିଭିନ୍ନ ପରୀକ୍ଷା ଓ ଚିକିତ୍ସା କରାଗଲା। ହେଲେ ରୋଗର ଉପସମ ହେଲାନାହିଁ।ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଚଳ ହୋଇପଡିବା ପରେ ଘରର ପରିସ୍ଥିତି ବିଗିଡି ଗଲା । ଟଙ୍କାର ଅଭାବ ଯୋଗୁ ଖାଦ୍ୟ ଶଙ୍କଟ ସହ ଅନେକ ସମସ୍ୟା ଦେଖାଦେଲା । ପରିବାର କହିଲେ ବିଜୟଙ୍କ ମା , ପତ୍ନୀ ଓ ଦୁଇ ଝିଅ ।

Advertisement

ଏପରି ସ୍ଥିତିରେ ପକ୍କା ଘର ଖଣ୍ଡିଏ ନାହିଁ। ଚାଳ ଛପର ଘରୁ ଛପର ଉଡିଗଲାଣି ଉପରେ ପାଲ ପଡିଛି। ସେ ବି ଚିରି ଗଲାଣି ଏବଂ ବର୍ଷା ହେଲେ ଘରେ ପାଣି ଜମା ହୋଉଛି । ଏଯାବତ୍ ଏହି ପରିବାରକୁ ବିଜୁ ପକ୍କାଘର କିମ୍ବା ଆବାସ ଯୋଜନା ପାଇ ପାରିନାହାନ୍ତି ।ଅନ୍ୟପକ୍ଷରେ ବିଜୟଙ୍କ ଚିକିତ୍ସା ପାଇଁ ଅର୍ଥର ଘୋର ଅଭାବ। ତାଙ୍କର ଆବଶ୍ୟକ ଚିକିତ୍ସା କରାଗଲେ ସେ ଆରୋଗ୍ୟ ହୋଇପାରନ୍ତେ।ମାତ୍ର ଏଥିପାଇଁ କେଉଁଠି ଆସିବ ଅର୍ଥ । ତେବେ ଏଥିପାଇଁ ସରକାରୀ ସ୍ତରରେ କିମ୍ବା କୌଣସି ଦାତବ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ସହାୟତା ଯୋଗାଇ ଦେବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇ ଥିବା ଠିକଣାରେ ସାହାଯ୍ୟର ହାତ ବଢ଼ାଇ ପାରିବେ ଏନେଇ ରୋଗୀ ଙ୍କ ପତ୍ନୀ ଏବଂ ବିଜୁପୁରୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

ନାମ- ଜୟନ୍ତୀ ସ୍ୱାଇଁ
ସ୍ୱାମୀଙ୍କ ନାମ- ବିଜୟ ସ୍ୱାଇଁ
ଗ୍ରାମ -ବିଜୁପୁର ,ପୋଷ୍ଟ-ବାଲିତୁଠ , ବ୍ଲକ-ଏରସମା ,ଥାନା -କୁଜଙ୍ଗ
ଜିଲ୍ଲା- ଜଗତସିଂହପୁର
ପିନ୍ କୋଡ୍-୭୫୪୧୪୧
ୟୁକ୍ୟୋ ବ୍ୟାଙ୍କ୍( UCO BANK)
ବ୍ରାଞ୍ଚ- ବାଲିତୁଠ
IFSC Code- UCBA0001335
Account no-
13350110060407
ଜୟନ୍ତୀ ସ୍ୱାଇଁ

Mob- 9776312080

Leave a Reply

Your email address will not be published. Required fields are marked *