Pratidin TV

Odisha's Digital News Platform

ପେଶାରେ ଚାଷୀ କିନ୍ତୁ ନିଶା ତାଙ୍କର ସମାଜ ସେବା ; ସାଇକେଲରେ ବୁଲି ବୁଲି ବୁଝନ୍ତି ଗରିବଙ୍କ ଦୁଃଖ

ବାଲୁଗାଁ ; ପେଶାରେ ସେ ଜଣେ ଚାଷୀ କିନ୍ତୁ ନିଶା ତାଙ୍କର ସମାଜ ସେବା । ପୁରୁଣା ସାଇକେଲରେ ଦୀର୍ଘ ୩୫ ବର୍ଷ ହେବ ବୁଲୁ ବୁଲି ବୁଝୂଛନ୍ତି ଗରିବମାନଙ୍କ ଦୁଃଖ । ନିଜ ପରିଶ୍ରମରେ ଯେତିକି ରୋଜଗାର କରନ୍ତି ୭୦ ଭାଗ ଗରିବଙ୍କ ସେବାରେ ଲଗାଇ ଦିଅନ୍ତି । କାରଣ ସେ ମନୁଷ୍ୟ ସେବା ହିଁ ମାଧବ ସେବା ବୋଲି ବିଶ୍ୱାସ ରଖନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଦନ ପୁର ଗ୍ରାମର ବାନାମ୍ବର ଖଟେଇଙ୍କ ସୁପୁତ୍ର ଅନନ୍ତ ଚରଣ ଖଟେଇ ପେଶାରେ ଜଣେ ଚାଷୀ କିନ୍ତୁ ନିଶା ତାଙ୍କର ସମାସେବା। ଘରେ ବୁଢ଼ୀ ମା ଓ ଅନନ୍ତ ଚରଣ ନିଜେ ମଣିଷର ସେବା ପାଇଁ ରହିଗଲେ ଅବିବାହିତ। ନିଜର ସ୍ୱୋଲ୍ପ ରୋଜଗାରରୁ ୭୦ ଭାଗ ଅର୍ଥ ମଣିଷ, ପଶୁପକ୍ଷୀଙ୍କ ସେବାରେ ଖର୍ଚ୍ଚ କରିଥାଆନ୍ତି। ପଞ୍ଚାୟତ, ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନିଜ ସାଇକେଲରେ ଯାଇ ସେବା କରନ୍ତି। କୋଭିଡ ସମୟରେ ଜୀବନକୁ ବାଜି ଲଗେଇ ପଶୁପକ୍ଷୀ ଓ ଜନସାଧାରଣଙ୍କୁ ସେବା କରିଥିଲେ। ସେ ହେଉଛନ୍ତି ଜୋହ୍ନ ଆମ୍ବୁଲାନ୍ସର ଜଣେ ଚୀର ସଦସ୍ୟ। ବିଭିନ୍ନ ବିଦ୍ୟାଳୟ୍, ଏଞ୍ଜିଓ କୁ ଜାଇ ଆଶୁ ଚିକିତ୍ସା ପାଇଁ ତାଲିମ ଦେଇଥାଆନ୍ତି। ତାଙ୍କର ଏହି ସମାଜ ସେବା ପାଇଁ ବିଭିନ୍ନ ପଞ୍ଚାୟତ, ଜିଲ୍ଲା,ଓ ରାଜ୍ୟ ସ୍ତରରେ ମାନପତ୍ର ପାଇବା ସହ ସମ୍ମାନିତ ହୋଇଛନ୍ତି। ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଠାରୁ ମଧ୍ୟ ସମ୍ମାନିତ ହେଇଛନ୍ତି।

ସାଧାରଣରେ ଦାବି ହେଉଛି ଅନନ୍ତ ଚରଣ ଖଟେଇଙ୍କୁ ଯଦି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଠାରୁ କିଛି ସହଯୋଗ ଓ ସମ୍ମାନିତ କରାଯାଏ ତେବେ ସେ ଏହି ସମାଜ ସେବାକୁ ସୁଚାରୁରୂପେ କରିପାରିବେ।

Leave a Reply

Your email address will not be published. Required fields are marked *