Pratidin TV

Odisha's Digital News Platform

ରାତିରେ ଓଠରେ ଥିଲା ଲିପଷ୍ଟିକ ସକାଳୁ ହେଲା ଗାଏବ, ଖାଲି ଓଠ ଦେଖି ସ୍ୱାମୀ ରାଗରେ ହେଲା ପଞ୍ଚମ

1 min read

ଆଗ୍ରା: ଉତ୍ତରପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଯାହାକୁ ଶୁଣିଲେ ଆପଣମାନେ ହସିବେ ନିଶ୍ଚୟ । କାରଣ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ପୂର୍ବରୁ କେବେ ବି ଏଭଳି କିଛି ମାମଲା ସାମ୍ନାକୁ ଆସି ନି ।ଆଜ୍ଞା ହଁ ଜଣେ ମହିଳାଙ୍କ ଓଠରୁ ଲିପଷ୍ଟିକ୍ ଗାୟବ ହୋଇଯାଇଛି । ତେବେ ଏଥିରେ ଆଶ୍ଚିର୍ଯ୍ୟ ହେବାରେ କିଛି କଥା ନାହିଁ । କିନ୍ତୁ ଓଠରେ ଲିପଷ୍ଟିକ ନଥିବା ଦେଖି ଥାନରେ ପହଞ୍ଚି ଗଲେ ଉକ୍ତ ମହିଳାଙ୍କ ସ୍ୱାମୀ । ଏଭଳି ଅଜବ ଘଟଣା ଥାନାରେ ପହଞ୍ଚିବା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଘଟଣା କିଛି ସତରେ ହୋଇଛି । ମହିଳାଙ୍କ ଓଠରୁ ରାତିରେ ଲିପଷ୍ଟିକ ଗାୟବ ହେବାରୁ ରାଗି ଯାଇଥିଲେ ସ୍ୱାମୀ । ପରେ ଦୁଇ ଜଣଙ୍କ ଭିତରେ ଆରମ୍ଭ ହୋଇ ଯାଇଥିଲା ମହାଭାରତ । ଏତେ ମାତ୍ରାରେ କଳି ଝଗଡା ଲାଗି ଯାଇଥିଲା ସେ ସ୍ୱାମୀ ଜଣକ ଅନ୍ୟ କୌଣସି ଉପାୟ ନପାଇ ସିଧା ସଳଖ ଥାନାରେ ପହଞ୍ଚି ଯାଇଥିଲା ।

ସୂଚନା ଅନୁସାରେ ଆଗ୍ରାର ଶହୀଦନଗର ଠାରେ ଦମ୍ପତିଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା । ଏଠାରେ ଥିବାଏକ ଜୋତା ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ଯୁବକଙ୍କର ୩ ମାସ ପୂର୍ବରୁ ବିବାହ ହୋଇଥିଲା । ତେବେ ଥରେ ରାତିରେ ନବ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସାମ୍ନାରେ ଲିପଷ୍ଟିକ୍ ଲଗାଇଥିଲେ । କିନ୍ତୁ ସକାଳୁ ଉଠିବା ପରେ ମହିଳାଙ୍କ ଓଠରେ ଲିପଷ୍ଟିକ୍ ନଥିଲା । ଏକଥା ତାଙ୍କ ସ୍ୱାମୀଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ସେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ । ବିବାଦ ଏତେ ବଢ଼ିଥିଲା ଯେ ମହିଳା ଜଣକ ରାଗି ଯାଇ ନିଜ ବାପଘରକୁ ପଳାଇଥିଲେ ।ଏହାପରେ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଉଭୟଙ୍କୁ ଡାକି କଥା ହେବା ପରେ ଯେଉଁ ଘଟଣା ସାମ୍ନାକୁୁ ଆସିଥିଲା ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମହିଳା ଜଣଙ୍କ ପୋଲିସକୁ କହିଥିଲେ ଯେ ସେ ସକାଳୁ ଉଠି ବ୍ରସ କରିବା ପରେ ତାଙ୍କ ଓଠରୁ ଲିପଷ୍ଟିକ୍ ଛାଡ଼ି ଯାଇଥିଲା । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପରିବାର ପରାମର୍ଶ କେନ୍ଦ୍ରର କାଉନସିଲର ଦୁଇ ଜଣଙ୍କୁ ବୁଝାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

Advertisement

ଜଣେ ଅଧିକାରୀ କହିଛନ୍ତି ଯେ, ଦମ୍ପତିଙ୍କ ମଧ୍ୟରେ ବୁଝାମଣା ହେବା ପରେ ଉଭୟ ସାଙ୍ଗରେ ରହିବା ପାଇଁ ରାଜି ହୋଇଛନ୍ତି । ପରସ୍ପର ମଧ୍ୟରେ ଭୁଲ ବୁଝାମଣା ହୋଇଥିବାରୁ ବିବାଦ ହୋଇଥିଲା । ମହିଳାଙ୍କ ଉପରେ ସ୍ୱାମୀ ଜଣଙ୍କ ସନ୍ଦେହ କରୁଥିଲେ,ଏହି କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ପରେ ସମସ୍ୟାର ସମାଧାନ ହେବା ପରେ ଉଭୟ ଘରକୁ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *