Pratidin TV

Odisha's Digital News Platform

ମହାଠକ ସୁକେଶଙ୍କ ଉପରେ ନିର୍ମାଣ ହେବ ଫିଲ୍ମ : ବଡ ପରଦାରେ ଆସିବ ଜ୍ୟାକଲିନ୍ ଓ ସୁକେଶଙ୍କ ଲଭ-ମନି-ଧୋକାର ସତ କାହାଣୀ..

1 min read

ମୁମ୍ବାଇ : ବଡ଼ ପରଦାରେ ଦେଖିବାକୁ ମିଳିବ ସୁକେଶ- ଜ୍ୟାକଲିନଙ୍କ ପ୍ରେମ କାହାଣୀ । ସତ କାହାଣୀଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ । ମହାଠକ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛନ୍ତି । ୨୦୦ କୋଟି ଟଙ୍କା ହେରଫେର ଅଭିଯୋଗରେ ବର୍ତମାନ ସେ ତିହାର ଜେଲରେ ଅଛନ୍ତି ।

Advertisement

ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଜଡିତ ଥିବା ଖବର ସାମ୍ନାକୁ ଆସିଥିଲା । ଏପରିକି ଜ୍ୟାକଲିନଙ୍କ ସହ ସୁକେଶଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲା । ଏହି ସମୟରେ ସୁକେଶଙ୍କ କାହାଣୀ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ବୋଲି ଖବର ସାମ୍ନାକୁ ଆସିଛି । ସୁକେଶଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ ।

ଚଳଚ୍ଚିତ୍ର ନିର୍ମାତା ଆନନ୍ଦ କୁମାର ସୁକେଶଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ତିହାର ଜେଲର ଏଏସ୍‌ପି ଦୀପକ ଶର୍ମା କହିଛନ୍ତି ଯେ, ସୁକେଶଙ୍କ କାହାଣୀ ପାଇଁ ଲୋକମାନେ ବହୁତ ଆଗ୍ରହୀ ଅଟନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନନ୍ଦ କୁମାର ସୁକେଶଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ଜେଲ୍‌କୁ ଆସିଥିଲେ । ଏହା ପରେ ଦୀପକ ଶର୍ମା ନିର୍ମାତା ଆନନ୍ଦ କୁମାରଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସୁକେଶଙ୍କ ପ୍ରୋଜେକ୍ଟର ଗୁଜବକୁ ନିଶ୍ଚିତ କରିଛନ୍ତି ।

Leave a Reply

Your email address will not be published. Required fields are marked *