Pratidin TV

Odisha's Digital News Platform

ଟ୍ରକରେ ପାଉଁସ ନେଉଥିଲେ ସାବଧାନ ! ଯାଞ୍ଚ ପରେ ଟ୍ରାଫିକରେ କଟିବ ୧ ଲକ୍ଷର ଫାଇନ୍‌….

1 min read

ସୁନ୍ଦରଗଡ଼ : କିଛି ଦିନ ଆଗରୁ ସୁନ୍ଦରଗଡ଼ ଏନଟିପିସି ଦର୍ଲିପାଲି ପାୱାର ପ୍ଲାଣ୍ଟରୁ ବାହାରୁ ଥିବା ବର୍ଜ୍ୟ ପାଉଁଶ କୁ ବେଆଇନ ଭାବେ ଅନ୍ୟ ରାଜ୍ୟକୁ ପରିବହନ ହେଉଥିବା ଅଭିଯୋଗ ରହିଥିଲା ।

ଘଟଣା କ୍ରମେ ଆଜି ୨ ଟି ପାଉଁଶ ବୋଝେଇ ଟ୍ରକ NTPC ଦର୍ଲିପାଲି ରୁ ଝାଡ଼ଖଣ୍ଡ ରାଜ୍ୟର ଗୁମ୍ଲା ଅଞ୍ଚଳକୁ ଯାଉଥିବା ସମୟରେ ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘର କିଛି ସଦସ୍ୟ ପରିବହନ ବିଭାଗ କୁ ସୂଚନା ଦେବା ପରେ ସୁନ୍ଦରଗଡ଼ ପରିବହନ ବିଭାଗର ଟ୍ରାଫିକ ଇନ୍ସପେକ୍ଟର ଆସି ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କରିବାରୁ ୨ଟି ଟ୍ରକ ରେ କ୍ଷମତା ଠାରୁ ଅଧିକ ପାଉଁଶ ବୋଝେଇ ହୋଇ ଯାଉଥିବା ଜଣାପଡିଥିଲା ।

ଏପରିକି ପାଉଁଶ ବୋଝେଇ ଟ୍ରକ କୁ ଯାଞ୍ଚ କଲା ପରେ ଚାଲାଣ ବାବଦକୁ କୌଣସି ତଥ୍ୟ ହି ନଥିଲା । ପରେ ପରିବହନ ବିଭାଗ ର ୨ଟି ଟ୍ରକକୁ ଗାଡ଼ି ନମ୍ୱର ଯଥା JH16F-7448କୁ 61700 ଓ JH19D-6747 ଗାଡ଼ିକୁ ୫୮୦୨୦ ଟଙ୍କା ଜରିମାନା କରିଥିବା କହିଛନ୍ତି ଟ୍ରାଫିକ ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ।

Leave a Reply

Your email address will not be published. Required fields are marked *