Pratidin TV

Odisha's Digital News Platform

ଶୁଆ ପାଇଁ ଡାକ୍ତର ଗଲେ ପୋଲିସ ଷ୍ଟେସନ୍ ! ଅଭିଯୋଗ ଆଣିଲେ ମାଲିକ ..

1 min read

ଉତ୍ତରପ୍ରଦେଶ : ସାମ୍ନାକୁ ଆସିଲା ଅଜବ ମାମଲା । ଗୋଟେ ପକ୍ଷୀ ପାଇଁ ବନ୍ଧା ହେବେ ଡାକ୍ତର ! କଣ ଆଶ୍ଚର୍ଯ୍ୟ ଲାଗୁଛି କି , ହେଲେ ସତ । ଶୁଆ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମାଲିକ । ଆଣିଲେ ଡାକ୍ତରଙ୍କ ଅବହେଳାର ଅଭିଯୋଗ । ୟୁପିର କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।

କାନପୁରର କିଡୱାଇନାଗର ପୋଲିସ ଷ୍ଟେଶନ ଅଂଚଳରେ ଚିକିତ୍ସା ସମୟରେ ଜଣେ ଅସୁସ୍ଥ ଶୁଆର ମୃତ୍ୟୁ ଘଟିଛି । ଶୁଆର ମାଲିକ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ । ସୋସିଆଲ ମିଡିଆରେ ଏହି ମାମଲା ଭାଇରାଲ ହେବାପରେ ପୋଲିସ ସକ୍ରିୟ ହୋଇଯାଇଥିଲା । ଜୁହି ଡିପୋ ନିବାସୀ ଶ୍ୟାମସାଦ ଅହମ୍ମଦ ପୋଲିସକୁ କହିଛନ୍ତି ଯେ, ମାର୍ଚ୍ଚ ୧୦ରେ ଏକ ଶୁଆ ତାଙ୍କ ଘର ଛାତ ଉପରେ ଅବତରଣ କରିଥିଲା । ସେତେବେଳେ ଶୁଆଟି ଅସୁସ୍ଥ ଥିଲା । ତାର ଚିକିତ୍ସା ପାଇଁ ହନୁମନ୍ତ ବିହାର ସ୍ଥିତ ପେଟ୍ କ୍ଲିନିକକୁ ନିଆଯାଇଥିଲା ।

Advertisement

ଶୁଆଟିକୁ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଖାଇବାକୁ ଦିଆଯାଉଥିଲା । ଔଷଧ ଖାଇବା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ତାର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳାରୁ ଶୁଆଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ପୋଲିସ ଶୁଆକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିଛି । ପୋଲିସର ସୂଚନାନୁସାରେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *