Pratidin TV

Odisha's Digital News Platform

ଫାଇନାନ୍ସ କମ୍ପାନୀରେ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କା ସହ ଆସବାପତ୍ର ..

ବାଲେଶ୍ଵର ରେମୁଣା ଗୋଲେଇ ନିକଟ ଅର୍ଣ୍ଣପୂର୍ଣା ଫାଇନାନ୍ସରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ କିଛି କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି। ଅଫିସରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ପ୍ରଥମ ଦେଖିଥିଲେ। ପରେ ଅଫିସ କର୍ମଚାରୀଙ୍କୁ ଖବର ଦେବାସହ  ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଫିସ୍ ଭିତରର ସବୁ କିଛି ପୋଡ଼ି ନଷ୍ଟ ହୋଇଯାଇଛି ।  ଘଟଣାସ୍ଥଳୀରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।ତେବେ ସୂଚନା ପାଇ ପୂର୍ବରୁ କର୍ମଚାରୀମାନେ ଅଫିସ୍ ୮ ଟା ବେଳେ ପହଞ୍ଚି ଯିବା ସହ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ ।

ଏହା  ସହିତ ଟିପିସିଓଡିଏଲ୍ କର୍ମଚାରୀଙ୍କୁ ମଧ୍ୟ ଖବର ଦେଇଥିଲେ । ଘଟଣାସ୍ଥଳୀରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ ମଧ୍ୟ କମ୍ପାନୀ ରେ ଥିବା ସମସ୍ତ ଜରୁରୀ କାଗଜ ପତ୍ର, କମ୍ପ୍ୟୁଟର୍ ଓ ବିଭିନ୍ନ ଚୁକ୍ତି ପତ୍ର ସମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ନିଆଁ ଅତି ତୀବ୍ରତର ହୋଇଥିବାରୁ କେହି ଭିତରେ ପଶିପାରିନଥିଲେ । ଆନୁମାନିକ ନଷ୍ଟ ହୋଇଥିବା ଆସବାବ ପତ୍ରର ମୂଲ୍ୟ ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି କମ୍ପାନୀ କର୍ମଚାରୀ କହିଛନ୍ତି ।  ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ  ସତ୍ୟସତ୍ୟତା କିଛି ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *