ହସ୍ପିଟାଲରେ ଲାଗିଲା ନିଆଁ; ଜଳିଗଲେ ୧୦ ନବଜାତ ଶିଶୁ
1 min readପୁଣି ଏକ ମେଡିକାଲରେ ବଡ ଧରଣର ଅଗ୍ନିକାଣ୍ଡ | ଜୀବନ୍ତ ଜଳିଗଲେ ୧0 ଶିଶୁ | ବିଳମ୍ବିତ ରାତିରେ ମେଡିକାଲରେ ଲାଗିଥିଲା ନିଆଁ | ତେବେ ଏହା ସର୍ଟ ସର୍କିଟ ଯୋଗୁଁ ଏହି ଅଘଟନ ହୋଇଥିବା ଅନୁମାନ କରାଯାଉଛି |
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ଏନଆଇସିୟୁରେ ଲାଗିଥିଲା ନିଆଁ | ଅଗ୍ନିକାଣ୍ଡ ଘଟିବ ପରେ ରୋଗୀମାନେ ପ୍ରାଣ ବିକଳରେ ସେଠାରେ ଦୌଡିବାକୁ ଲାଗିଥିଲେ | ତେବେ ଏଥିରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ କେତେଜଣ ଆହତ ହୋଇଛନ୍ତି। କେତେଜଣ ଶିଶୁ ଜଳିଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଅନ୍ୟ କେତେଜଣଙ୍କ ଜୀବନ ଯାଇଛି। ଅନ୍ୟ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି।
ଏହି ଦୁର୍ଘଟଣା ପରେ ସକାଳେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଝାନସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ପହଞ୍ଚି ଏହି ଘଟଣାର ନଜର ରଖିଥିଲେ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହି ଦୁର୍ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତ ପିଲାମାନଙ୍କୁ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି।
ନିଆଁ ଲାଗିବା ପରେ ସତର୍କ ଘଣ୍ଟି ବାଜି ନଥିଲା। ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଜିଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟର ତଦାରଖ କରିଥିଲେ । ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ତୁରନ୍ତ ପହଞ୍ଚିଥିବା ବେଳେ ବହୁ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।