Pratidin TV

Odisha's Digital News Platform

ଖେଳ ମଝିରୁ ଉଠି ଛାତରୁ ଡେଇଁଲେ , ଅଗ୍ନିବାହୀ କର୍ମୀ

1 min read

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜୟନ୍ତ ଧାରୁଆ ନାମକ ଜଣେ ଅଗ୍ନିଶମ କର୍ମଚାରୀ ଦେଢ ବର୍ଷ ହେବ ଗଁନ୍ଦିଆ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଗତକାଲି ରାତିରେ ନିଜ ଷ୍ଟାପମାନଙ୍କ ସହ ପ୍ରତ୍ୟକ ଦିନ ଭଳି କ୍ୟାରମ ଖେଳୁଥିଲେ । କିନ୍ତୁ ଖେଳ ମଝିରୁ ହିଁ ସେ ହଠାତ୍ ଉଠି ଚାଲିଯାଇଥିଲେ । ଅନ୍ୟ ଷ୍ଟାପ୍‌ମାନେ ଖେଳରେ ମଜ୍ଜି ଯାଇଥିବାରୁ ତାଙ୍କ ପଛରେ କେହି ଯାଇନଥିଲେ କି କାହିଁକି ସେ ଏପରି ଖେଳ ମଝିରୁ ଉଠିକି ଯାଉଛନ୍ତି ବୋଲି ମଧ୍ୟ ପଚରାନଥିଲେ ।

କିଛି ସମୟ ପରେ ହଠାତ୍ କିଛି ଶବ୍ଦ ଶୁଣି ଅନ୍ୟ ଷ୍ଟାପ୍ ମାନେ ଦୈ।ଡା ଦୈ।ଡି ହୋଇ ଯାଇଥିଲେ । ଅନେକ ଖୋଜା ଖୋଜି ପରେ ସେମାନେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର କଡରେ ପଡିଥିବାର ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ରାତିରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Advertisement

ତେବେ ମୃତ ଜୟନ୍ତ ଧାରୁଆଙ୍କ ଘର ବରଗଡ ଜିଲ୍ଲାର ପଦ୍ମପୁରରେ ଜଣାପଡିଛି । ସେ ଜଣେ ଅତି ଶୃଙ୍ଖଳିତ କର୍ମଚାରୀ ବୋଲି କହିଛନ୍ତି ଗନ୍ଦିଆ ଅଗ୍ନିଶମ ବିଭାଗର ମୁଖ୍ୟ ଅକ୍ଷୟ କୁମାର ପ୍ରଧାନ । ସେ ଆଉ ମଧ୍ୟ କହିଛନ୍ତି ଯେ ଗତକିଛି ଦିନ ହେବ ଜୟନ୍ତ ଅନ୍ୟମନସ୍କ ରହୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି କି ଅନ୍ୟମନସ୍କ ଯୋଗୁ ତାଙ୍କ ଗୋଡ ଖସିଯାଇ ଏପରି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ଜଣା ପଡୁନି ।

Leave a Reply

Your email address will not be published. Required fields are marked *