Pratidin TV

Odisha's Digital News Platform

ଭଦ୍ରକରେ ୫ ଜଣିଆ ମୁମ୍ବାଇ ପୋଲିସ ଟିମ୍ , ସାଇବର ଠକେଇ ଅଭିଯୋଗରେ ୬ ଜଣଙ୍କୁ ବାନ୍ଦିଲା ପୋଲିସ

1 min read

ସାଇବର ଠକେଇ ଅଭିଯୋଗରେ ଭଦ୍ରକରୁ ୬ ଜଣ ଗିରଫ | ଭଦ୍ରକ ଜିଲ୍ଲାରେ ୫ ଜଣିଆ ମୁମ୍ବାଇ ପୋଲିସ ଟିମ ସାଇବର ଠକେଇ ଅଭିଯୋଗରେ ଭଦ୍ରକ ଆସିଥିଲେ ମୁମ୍ବାଇ ପୋଲିସ |

ଭଦ୍ରକ ଟାଉନ ଥାନା ପୋଲିସ ସହାୟତାରେ ୬ ଜଣ ଚାଇବାର ଠକଙ୍କୁ ଧରିବରେ ସଫଳ ହୋଇଛି ମୁମ୍ବାଇ ପୋଲିସ | ସୂଚନା ମୁତାବକ ଲୋକଙ୍କୁ ଲୋନ କରାଇଦେବା ନେଇ ଲୋକଙ୍କ ପକ୍ଷରୁ ଦସ୍ତାବିତ ନେଇ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ କରୁଥିଲେ ଏହି ସାଇବର ଠକ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ କିଛି ଯୁବକଙ୍କୁ କମିଶନ ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟକୁ ପଠାଉଥିଲେ ହ୍ୟାକିଂ କରି ଆଣିଥିବା ଟଙ୍କା |

Advertisement

ତେବେ ମାଷ୍ଟରମାଇଣ୍ଡ ମୁମ୍ବାଇରେ ରହି ସାଇବର ଠକେଇ କରୁଥିବା ବେଳେ ସାରା ଦେଶର ଅନେକ ସ୍ଥାନର ଯୁବକଙ୍କୁ ପ୍ରଲୋଭନ ଦେଖେଇ ସାମିଲ କରୁଥିଲେ | ସେମାନଙ୍କ ମଧ୍ୟରୁ ଭଦ୍ରକର କିଛି ଯୁବକ ସାମିଲ ଥିଲେ | ଏହି ଖବରର ସୂଚନା ପାଇ ମୁମ୍ବାଇ ପୋଲିସ ଭଦ୍ରକ ଟାଉନ ଥାନା ସହାୟତାରେ ୮ ଜଣଙ୍କୁ ସନ୍ଦେହରେ ଗିରଫ କରଯାଇଥିଲା | ସେଥିମଧ୍ୟରୁ ୬ ଜଣ ଚାଇବାର ଠକେଇରେ ସାମିଲ ଥିବା ଜଣାପଡିବା ପରେ ତାଙ୍କ ଉପରେ ମାମଲା ରୁଜୁ କରି ମୁମ୍ବାଇ ନେବା ପାଇଁ ପ୍ରସ୍ତୁତି କରିଛି ମୁମ୍ବାଇ ପୋଲିସ |

Leave a Reply

Your email address will not be published. Required fields are marked *