ଗରିବ ଘରର ସୁନାଝିଅ : ମାଟ୍ରିକ ପରୀକ୍ଷାରେ କମାଲ କଲେ ଫଳ ଦୋକାନୀଙ୍କ ଝିଅ..
1 min readମାଟ୍ରିକ ପରୀକ୍ଷାରେ କମାଲ କଲେ ଫଳ ଦୋକାନୀଙ୍କ ଝିଅ । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ରୁପା ସା 546 ମାର୍କ ରଖି ସାରା ଅଂଚଳରେ ସୃଷ୍ଟି କରିଛନ୍ତି ଉଦାହରଣ ।ଗରିବି , ଅଭାବ ଓ ଅନଟନ ଭିତରେ ବି ଅଦମ୍ୟ ଇଚ୍ଛା ଶକ୍ତି ବଳରେ ସେ ପାଇଛନ୍ତି ଏହି ସଫଳତା । ଆଉ ସ୍ୱପ୍ନ ଦେଖିଛନ୍ତି ଆଇଏସ ଅଫିସର ହେବାର । ଗରିବ ଘରର ସେହି ମିଞ୍ଜି ମିଞ୍ଜି ଆଲୁଅ। ତା ଭିତରେ ପଢିବା ପାଇଁ ରିତିମତ ସଂଘର୍ଷ ।
ଏ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ସୁନା ଝିଅ ରୁପା ସା । ବାପା ଫଳ ଦୋକାନୀ ଓ ମାଆ ଗୃହିଣୀ । ଅଭାବ ଓ ଅନଟନ ଭିତରେ କିନ୍ତୁ ମାଟ୍ରିକ ପରୀକ୍ଷାରେ 546 ମାର୍କ ରଖି ରୁପା ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଗିରଧରଲାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି l ରୁପାଙ୍କ ବାପା ଓମ ପ୍ରକାଶ ଜଣେ ଫଳ ଦୋକାନୀ ହୋଇଥିବାବେଳେ ମା ଜଣେ ଗୃହିଣୀ l ଆର୍ଥିକ ସମସ୍ୟା ସତ୍ୱେ ଝିଅ କୁ ଭଲ ଭାବରେ ପାଠ ପଢ଼ାଇବା ପାଇଁ ଅବହେଳା କରିନାହାନ୍ତି ଓମ ପ୍ରକାଶ l ନିଜେ ଫଳ ବିକି ଝିଅ ର ବହି ଠାରୁ ଟ୍ୟୁସନ ପର୍ଯ୍ୟନ୍ତ କିଛିର ଅଭାବ ରଖିନଥିଲେ ଝିଅ ମଧ୍ୟ ବାପା କଷ୍ଟ କୁ ମର୍ମେ ମର୍ମେ ବୁଝିଥିଲା l ଆଉ ସେଥିପାଇଁ ନିଜକୁ ହଜେଇ ଦେଇଥିଲା ପାଠ ପଢ଼ାରେ l ଯେଉଁଥିପାଇଁ ସେ ପାଇଛନ୍ତି ସଫଳତା l
ତାଙ୍କର ଏ ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହା ସହ ଅଦମ୍ୟ ଇଚ୍ଛା ଅଗରେ ଯେ ଅଭାବ ଓ ଅନଟନ ଅସହାୟ ହୋଇପଡେ ତାହ ଜାହିର କରିଛି ରୁପାଙ୍କ ସଫଳତା ।