Pratidin TV

Odisha's Digital News Platform

ସମଲିଙ୍ଗୀଙ୍କୁ ମିଳିଲା ସନ୍ତାନର ସୁଖ,କୋଳକୁ ଆସିଲା କୁନିପୁଅ..

ଅସମ୍ଭବ ହୋଇଗଲା ସମ୍ଭବ । ସମଲିଙ୍ଗୀ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସମଲିଙ୍ଗୀ ହୋଇବି ପାଇଲେ ସନ୍ତାନର ସୁଖ । କାରଣ ଏକ ସନ୍ତାନ ଜନ୍ମ ପାଇଁ ଗୋଟିଏ ପୁରୁଷ ଆଉ ଜଣେ ମହିଳା ଆବଶ୍ୟକ ହୋଇଥାଏ । କିନ୍ତୁ ଦୁଇ ଜଣ ପୁରୁଷ କିମ୍ବା ଦୁଇ ଜଣ ମହିଳା ଏକତ୍ର ଏକ ସନ୍ତାନ ଜନ୍ମ କରିବା ଅସମ୍ଭବ । ତେବେ ଜଣେ ସମଲିଙ୍ଗୀ ସନ୍ତାନ ଜନ୍ମ କରିବା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏମିତି ହେବା ସମ୍ଭବ ହୋଇଛି । ଆପଣ ହୁଏତ ଏହାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ କଥାଟି ସତ ।ୟୁରୋପରେ ପ୍ରଥମ ଥର ପାଇଁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଦୁଇଜଣ ମହିଳା ଏକାଠି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମହିଳା ଲେସ୍‌ବିୟାନ୍ ହୋଇଥିବା ବେଳେ ଅକ୍ଟୋବର ମାସରେ ସେମାନେ ଏକ ପୁତ୍ର ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ମାମଲା ସ୍ପେନର ପାଲମା ସିଟିରୁ ଆସିଛି ଯେଉଁଠାରେ ଦୁଇଜଣ ମହିଳା ଏଷ୍ଟେଫାନିଆ (୩୦) ଏବଂ ଅଜହାରା (୨୭) ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଏହା କିପରି ହେଲା? ଆସନ୍ତୁ ଜାଣିବା ଏ ବିଷୟରେ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଏଥିପାଇଁ ଇନ୍‌ଭୋସେଲ ପ୍ରକ୍ରିୟାର ସହାୟତା ନିଆଯାଇଛି । ଏହା ଅଧୀନରେ ପୁରୁଷଙ୍କ ଶୁକ୍ରାଣୁ ଏବଂ ମହିଳାଙ୍କ ଡିମ୍ବାଣୁକୁ ମିଶାଇ ଏକ କ୍ୟାପ୍‌ସୁଲ ପ୍ରସ୍ତୁତ କରାଯାଇଥିଲା, ଯାହା ପ୍ରଥମେ ଏଷ୍ଟେଫାନିଆଙ୍କ ଶରୀରରେ ଭର୍ତ୍ତି କରାଯାଇଥିଲା । ଏହା ପ୍ରାକୃତିକ ଉପାୟରେ ଫର୍ଟିଲାଇଜେସନ୍ ପ୍ରକ୍ରିୟା ଆରମ୍ଭ କରିବାରେ ସାହାଯ୍ୟ କରେ ଏବଂ ଗର୍ଭସ୍ଥ ଶିଶୁର ବିକାଶ ଆରମ୍ଭ କରେ । ଏହା ପରେ ଡାକ୍ତରମାନେ ଏହି କ୍ୟାପ୍‌ସୁଲରୁ ପ୍ରସ୍ତୁତ ଭ୍ରୁଣକୁ ଅଜହାରାର ଗର୍ଭରେ ସ୍ଥାନିତ କରିଥିଲେ । ଅଜହାରାଙ୍କ ଗର୍ଭରେ ଗର୍ଭସ୍ଥ ଶିଶୁର ବିକାଶ ହୋଇଥିଲା, ଡାକ୍ତରମାନେ ସମୟ ସମୟରେ ଏହାକୁ ଯାଞ୍ଚ କରିଆସୁଥିଲେ । ଅକ୍ଟୋବର ୩୦ ରେ, ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଇଥିଲା ଏବଂ ଏକ ସୁସ୍ଥ ଶିଶୁ ଜନ୍ମ ହୋଇଥିଲ । ଡାକ୍ତରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ତାନହୀନ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ପିଲା ଜନ୍ମ କରିବାର ଏକ ଉପାୟ ଅବଲମ୍ବନ କରାଯାଉଥିଲା । ବର୍ତ୍ତମାନ ଇନ୍‌ଭୋସେଲ୍ ପ୍ରକ୍ରିୟା ମାଧ୍ୟମରେ, ଲେସ୍‌ବିୟାନଙ୍କ ପାଇଁ ସନ୍ତାନ ଜନ୍ମ କରିବା ସହଜ ହେବ ।

Leave a Reply

Your email address will not be published. Required fields are marked *