ଆନ୍ତର୍ଜାତିକ ସ୍ତରରେ ସଫଳତା ପାଇଲେ ସମ୍ବଲପୁରର ଝିଅ ଶ୍ରୀଜି…
1 min readସମ୍ବଲପୁର : ଅନ୍ତର୍ଜାତୀୟ ସ୍ତରୀୟ ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତାରେ ବାଜି ମାରିଲେ ସମ୍ବଲପୁର ର ଝିଅ । ସାରା ଦେଶ ସମେତ ବିଦେଶରୁ ଭାଗ ନେଇ ଥିବା ୧୦୦ ରୁ ଉର୍ଦ୍ଧ ପ୍ରତିଯୋଗି ଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାର ଏକ ମାତ୍ର ପ୍ରତିଯୋଗୀ ଭାବେ ସଫଳତା ପାଇଲେ ସମ୍ବଲପୁର ଧନୁପାଲିର ଝିଅ ଶ୍ରୀଜି ସାନବଡ଼ । ଏହି ସଫଳତା ପାଇବା ପରେ ଶ୍ରୀଜି ଙ୍କୁ ଛୁଟିଛି ଶୁବେଚ୍ଛା ତଥା ଅଭିନନ୍ଦନର ସୁଅ ।
ସମ୍ବଲପୁର ଧନୁପାଲି ଗୌଡ଼ପଡାର ଝିଅ ଶ୍ରୀଜି ସାନବଡ଼ । ତେବେ ଶ୍ରୀଜି ଙ୍କୁ ନେଇ ଏବେ ଧନୁପାଲି କେବଳ ନୁହେଁ ସମ୍ବଲପୁର ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡିଶା ଗର୍ବିତ । କାରଣ ଶ୍ରୀଜି ପାଇଛନ୍ତି ଅନ୍ତର୍ଜାତିକ ସ୍ତରରେ ବଡ ସଫଳତା । ନିକଟରେ ଅନୁଷ୍ଠିତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱର ଗୁରୁ ଶ୍ରୀ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଜ ସେଣ୍ଟର ଠାରେ ଅନ୍ତର୍ଜାତୀୟ ସ୍ତରିୟ ଗୀତ,ଅଭିନୟ ଓ ନୃତ୍ୟ ପ୍ରତିଯୋଗିତାରେ ସଫଳତା ପାଇଲେ ଶ୍ରୀଜି ସାନବଡ଼ । ଏଥିରେ ଦେଶ ସମେତ ଦେଶ ବାହାରୁ ମୋଟ ୧୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ଏଥିରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଧନୁପାଲିର ପ୍ରତିଯୋଗି ଶ୍ରୀଜି ସାନବଡ଼ ସଫଳତା ପାଇ ପାରିଛନ୍ତି । ସେ ପଶ୍ଚିମ ଓଡ଼ିଶାର ଏକ ମାତ୍ର ପ୍ରତିଯୋଗି ଭାବରେ ଏହି ଅର୍ନ୍ତଜାତୀୟ ସ୍ତରୀୟ ଗୀତ,ଅଭିନୟ ଓ ନୃତ୍ୟ ପ୍ରତିଯୋଗିତା ରେ ସଫଳତା ପାଇଛନ୍ତି ।
ସମ୍ବଲପୁର ଧନୁପାଲି ବାସିନ୍ଦା ରାଧାବଲ୍ଲଭ ସାନବଡ଼ ଓ ରାଜେଶ୍ଵରୀ ସାନବଡ଼ ଙ୍କ ସାନ ଝିଅ ଶ୍ରୀଜି ପିଲାଟି ଦିନରୁ ନୃତ୍ୟ ଓ ଅଭିନୟ ପ୍ରତି ତାଙ୍କର ବେଶ ରୁଚି ଥିବା ବେଳେ ସେ ପୁର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ମଞ୍ଚ ସହ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ବେଶ ସଫଳତା ପାଇପାରିଛନ୍ତି । ତେବେ ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ଏଭଳି ସଫଳତା ପାଇବା ପରେ ଶ୍ରୀଜି ଙ୍କୁ ତାଙ୍କର ଏହି ସଫଳତା ପାଇଁ ସବୁଠୁ ମିଳୁଛି ତାଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ । ସମ୍ବଲପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ତଥା ସ୍ୱେଚ୍ଛା ସେଵୀ ଅନୁଷ୍ଠାନ ସେବାର ସଭାପତି ଅମର ତାଣ୍ଡିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀଜିଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇ ବା ସହ ତାଙ୍କର ଉଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ । ଶ୍ରୀଜି ଏହି ସଫଳତା ପାଇବା ପରେ ଆଗକୁ ନୃତ୍ୟ ତଥା ଅଭିନୟ କ୍ଷେତ୍ରରେ ଏହାକୁ କ୍ୟାରିୟର କରିବା ପାଇଁ ଲକ୍ଷ ରଖିଛନ୍ତି ।