Pratidin TV

Odisha's Digital News Platform

(video)ଯାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କ୍ /ଚା ରେ ନିଶା ଦେଇ ଠକୁଥିଲେ ସୁନ୍ଦରୀ ମୁସ୍କାନ ..

1 min read

ଭୁବନେଶ୍ୱର ; ଇଷ୍ଟାଗ୍ରାମ୍ କୁଇନ୍ ବର୍ଷା ସାହୁଙ୍କ ପରେ ଏବେ ରାଜଧାନୀରେ ଆଉ ଜଣେ ସୁନ୍ଦରୀଙ୍କ ମାୟଜାଲ । ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ସୁନ୍ଦରୀ ମାଷ୍ଟରମାଇଣ୍ଡ ମୁସ୍କାନ । ବଡ ବଡ ଯାତ୍ରୀଙ୍କୁ ଦେଖି ତାଙ୍କ ୁ ଟାର୍ଗେଟ କରି ମିଠା କଥା ହୋଇ ସେମାନଙ୍କୁ ଡ୍ରାଇଭର ପାଖକୁ କିମ୍ବା ଚା ଓ କୋଲ୍ଡ ଡ୍ରିକ୍ସ ବାହାନାରେ ଫସାଉଥିଲେ । ଏହାପରେ ତାଙ୍କୁ ଖାଦ୍ୟ କିମ୍ବା ପାନୀୟରେ ନିଶା ଟାବଲେଟ୍ ଦେଇ ଲୁଟିନେଉଥିଲେ ଦାମୀ ଜିନିଷ ସହ ଟଙ୍କା । ଏମାନେ ଏକ ଗ୍ୟାଙ୍ଗ୍ ସହ କାମ କରୁଥିବା ଜଣାପଡିଛି । ତେବେ ଏଥିରେ ଅନେକ ବଡ ବଡ ଚାକିରିଆ ଯଥା ଯେଉଁମାନେ ରାଜ୍ୟ ବା ଦେଶ ବାହାରୁ ଫେରୁଥିବା ଚାକିରିଆ କିମ୍ବା ଯବାନ ମାନଙ୍କୁ ନିଜ ଟାର୍ଗେଟ ବନାଇ ବିଭିନ୍ନ ଆଳରେ ଫସାଉଥିଲେ । ଏହାପରେ ଖାଦ୍ୟ କିମ୍ବା ପାନୀୟରେ ନିଦ ବଟିକା ଦେଇ ତାଙ୍କୁ ବେହୋସ କରି ଲୁଟୁଥିଲେ ।

Advertisement

Leave a Reply

Your email address will not be published. Required fields are marked *