ଇନଷ୍ଟାଗ୍ରାମ ପ୍ରେମ ଦେଇଦେଲା ଧୋକା , ଯାତ୍ରା ବୁଲାଇ ନେବାକୁ କହି କରିଲା ଦୁଷ୍କର୍ମ..
1 min readଇନଷ୍ଟାଗ୍ରାମ ପ୍ରେମ ଦେଲା ଧୋକା। ପ୍ରଥମେ ଇନଷ୍ଟାଗ୍ରାମରେ ବନ୍ଧୁତା କରି ବାନ୍ଧବୀଙ୍କ ମନ ଜିତିଲା ପରେ କଲା ଦୁଷ୍କର୍ମ। ଏପରି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା କୋଲବିରା ଅଞ୍ଚଳରେ। ଇନଷ୍ଟାଗ୍ରାମରେ ବନ୍ଧୁ ଜଣଙ୍କ ବାନ୍ଧବୀଙ୍କ ସହ ବନ୍ଧୁତା କରି ତାଙ୍କ ମନରେ ବିଶ୍ୱାସ ଜିତିଥିଲା। ବାନ୍ଧବୀଙ୍କର ଏହି ବିଶ୍ୱାସରେ ପୋକ ମିଶାଇଲା ବନ୍ଧୁ | ବାନ୍ଧବୀଙ୍କ ଅସହାୟତାର ସମୟର ସୁଯୋଗ ଉଠାଇ ଦୁଷ୍କର୍ମ କରିଥଲିଏ ଯୁବକ ବନ୍ଧୁ।
ସୂଚନା ଅନୁଯାୟୀ, କୋଲାବିରା ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ସହ ଏହି ଥାନା ନିକଟରେ ଥିବା କୁଳିହାମାଲ ପଞ୍ଚାୟତ ଅଞ୍ଚଳର ଆନନ୍ଦ କିଶାନଙ୍କର ଇନଷ୍ଟାଗ୍ରାମରେ କିଛି ଦିନ ତଳେ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଫୋନ ନମ୍ବର ଦିଆନିଆ ହେଲା ପରେ କଥାବାର୍ତ୍ତା ଆଗକୁ ବଢିଥିଲା। ଯୁବକ ଆନନ୍ଦ ଜଣକ ଯୁବତୀ ମନରେ ନିଜ ପାଇଁ ବିଶ୍ୱାସ ସୃଷ୍ଟି କରିଥିଲେ। ଯୁବତୀ ଜଣକ ବିଶ୍ୱାସ କଲା ପରେ ତାଙ୍କୁ ଆନନ୍ଦ ସମାସିଂହା ମକରଯାତ୍ରା ଦେଖିବା ପାଇଁ ଯିବାକୁ ନିମନ୍ତ୍ରଣ କରିଥିଲା। ଏହି ଯାତ୍ରା ୨୭ ତାରିଖ ଦିନ ଯୁବତୀ ଜଣକ ଯୁବକ କିଶାନଙ୍କ ସହ ଯାଇଥିଲେ। ଯୁବତୀଙ୍କର ଏହା ପ୍ରଥମ ଦେଖା ଥିଲା। ତେବେ ଯୁବକ ଜଣକ ସମୟର ସୁଯୋଗ ଉଠାଇ ନିଛାଟିଆ ସ୍ଥାନକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ପରେ ଏକୁଟିଆ ଚଡି ଫେରାର ହୋଇଯାଇଥିଲା। ଏହି ଘଟଣା ବିଷୟରେ ଯୁବତୀ ଜଣକ କିଛି ତାଙ୍କ ପରିବାର ଲୋକଙ୍କୁ କହିନଥିଲେ। ମାତ୍ର ମାନସିକ ଦୁଃଶ୍ଚିନ୍ତା କାରଣରୁ ୨୯ତାରିଖ ଦିନ ଝାରସୁଗୁଡା ଯାଇ ବସ ରେ ବସି ସମ୍ବଲପୁର ପଳାଇଥିଲେ।
ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଓହ୍ଲାଇ ମହିଳାଙ୍କ ପାଖରେ ଆଶ୍ରୟ ନେଇଥିଲେ। ଏହି ବିଷୟରେ ଅଇଁଠାପାଲି ଥାନା ପୋଲିସ ଖବର ପାଇବା ପରେ ଯୁବତୀଙ୍କୁ ଉଦ୍ଧାର କରି କୋଲାବିରା ଥାନା ପୋଲିସକୁ ହସ୍ତାନ୍ତର କରିଥଲା। ପରେ କୋଲାବିରା ପୋଲିସ ଯୁବତୀଙ୍କୁ ସଖୀ କେନ୍ଦ୍ରରେ ଥଇଥାନ କରିଥଲା। ପରେ ଯୁବତୀଙ୍କ ଅଭିଯୋଗ କ୍ରମେ କୋଲାବିରା ଥାନାରେ ମାମଲା ରୁଜୁ ପରେ ଯୁବତୀଙ୍କ ତକ୍ଟ୍ରି ଚିକତ୍ସା ସହ ମାଜିଷ୍ଟ୍ରେଟ ସାମ୍ନାରେ ବୟାନ ରେକର୍ଡ କରାଯାଇଥଲା। ଏହି ଅଭିଯୋ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ଗୁରୁବାର ଦିନ ଅଭିଯୁକ୍ତ ଆନନ୍ଦ କିଶାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥଲା।