Pratidin TV

Odisha's Digital News Platform

ଅଭିଯୋଗ ଶୁଣିଲେନାହିଁ ଏସପି ଓ ଜିଲ୍ଲାପାଳ : ଶେଷରେ ବିଷ ପିଇଲେ ଦିବ୍ୟାଙ୍ଗ ଯୁବକ

ଭୁବନେଶ୍ୱର: ବ୍ରହ୍ମପୁର ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ଜମି ବିଭାଜନ ପାଇଁ ଜଣେ ଦିବ୍ୟାଙ୍ଗ ଯୁବକ ଆଜି ବିଷ ପିଇଦେଇଛନ୍ତି ।ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଦିବ୍ୟାଙ୍ଗ ଯୁବକ ଜଣକ ନିଜର ଜମି ବିଭାଜନ ପାଇଁ ଦିଗପହଣ୍ଡ ଏସପି ଓ ତାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅନେକ ଥର ନିଜର ଅଭିଯୋଗ ନେଇ ଯାଇଥିଲେ ମଧ୍ୟ ସେଠାରେ ତାଙ୍କ ଅଭିଯୋଗକୁ କେହି ଶୁଣିନଥିଲେ ।

ଏହାପରେ ସେ ବାଧ୍ୟ ହୋଇ ଆଜି ଅଭିଯୋଗ ଶୁଣାନି ବେଳେ ଜିଲ୍ଲାପାଳ ଓ ଏସପିଙ୍କ ସମ୍‌ୁଖରେ ବିଷ ପିଇଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ ଅବସ୍ଥା କିପରି ଅଛି ତାହା ଜଣାପଡିନି ।

Leave a Reply

Your email address will not be published. Required fields are marked *