Pratidin TV

Odisha's Digital News Platform

(VIDEO)କାନ୍ଦି କାନ୍ଦି ବାବୁଶାନଙ୍କୁ ସାହାର୍ଯ୍ୟ ମାଗିଲେ ଦିବ୍ୟାଙ୍ଗ ଫ୍ୟାନ୍ …

1 min read

କଟକ ; କଟକ ବୃନ୍ଦାବନ ହଲରେ ମାଲ୍ୟଗିରିରେ ଶୁଭମୁକ୍ତି ସମୟରେ ସାମ୍ନାକୁ ଆସିଲା ଏକ ହୃଦୟ ବିଦାରକ ଦୃଶ୍ୟ । ବାବୁଶାନଙ୍କ ପାଇଁ ହାତରେ ଆଶା ବାଢି ଧରି ଧାଇଁ ଆସିଥିଲେ ଦିବ୍ୟଙ୍କ ପ୍ରଶଂସକ/ଫ୍ୟାନ୍ । ଆଜ୍ଞା ହଁ ଗୋଡ ସିନ ନାହିଁ କିନ୍ତୁ ବାବୁଶାନଙ୍କ ପାଇଁ ଭଲପାଇବା ଏତେ ଯେ ଗୋଡ ହରାଇଥିବା ଏହି ଦିବ୍ୟାଙ୍ଗ ଫ୍ୟାନ୍ସଟିଏ ଧାଇଁଆସିଥିଲା ବୃନ୍ଦାବନ ହଲ ଆଗକୁ । ଆଉ ସେଇ ଆଶାବାଢି ସାହାର୍ଯ୍ୟରେ ବାବୁଶାନଙ୍କ ପାଇଁ ଖୁସିରେ ନାଚି ଉଠିଥିଲା । ଯାହାକୁ ଦେଖି ସେଠି କିଛି ମସୟ ପାଇଁ ସମସ୍ତେ ସ୍ତବ୍ଧ ହୋଇପଡିଥିଲେ । କଣ ଜଣେ ଅଭିନେତାର ଏଭଳି ଫ୍ୟାନ୍ସ ବି ଥାଇପାରନ୍ତି । ଭାଇ ଜଣଙ୍କ ନିଜର ପରିଚୟ ଦେଇନଥିଲେ କିନ୍ତୁ କ୍ୟାମେରା ଆଗରେ ବାବୁଶାନଙ୍କୁ ବହୁତ ଭଲପାଆନ୍ତି ବୋଲି କାନ୍ଦି କାନ୍ଦି କହିଥିଲେ । ଆଉ ନିଜ ଦୁଃଖ କାହାଣୀ ମଧ୍ୟ ଶୁଣାଇଥିଲେ ଯାହାକୁ ଶୁଶିବାପରେ ସେଠି ଉପସ୍ଥିତ ଥିବା ଅନେକ ଲୋକମାନଙ୍କର ଆଖି ଆପେ ଆପେ ଭିଜିଯାଇଥିଲା । ୨ଟି ପୁଅ ଥାଇ ମଧ୍ୟ ଏହି ବୃଦ୍ଧ ବୟସରେ କେହି ପଚାରୁନାହାନ୍ତି ମଉସାଙ୍କୁ । କାମ ସମୟରେ ଗୋଡ ହରାଇ ଆଜି ଏହି ଦିବ୍ୟାଙ୍ଗ ମଣିଷ ପରିସ୍ଥିତିର ଦାସ ପାଲଟିଯାଇଛି । ଯଦି ବାବୁଶାନ ତାଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦିଅନ୍ତେ ସେ ନିଜେ କିଛି ରୋଜଗାର କରି ପେଟ ପୋଷିପାରନ୍ତେ ବୋଲି କହିଛନ୍ତି । ତେବେ ଦେଖିବା ବାକି ରହିଲା ସୁପରଷ୍ଟାର ବାବୁଶାନ କେବେ ଏହି ଦୁଖି ଫ୍ରଶଂସକଙ୍କ ଆଶା ପୂରଣ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *