Pratidin TV

Odisha's Digital News Platform

ନିଶାନିବାରଣ କେନ୍ଦ୍ରରେ ନିର୍ମମ ଅତ୍ୟାଚାର : ଭିନ୍ନକ୍ଷମଙ୍କୁ ପାଇପରେ ପିଟିବା ସହ ପାଦ ଚଟାଇଲେ ମାଲିକ

1 min read

ବାରିପଦା : ଆଜି ଏକ ଦିବ୍ୟାଙ୍ଗ ଯୁବକଙ୍କୁ ଦୁଇ ବ୍ୟକ୍ତି ନିର୍ଯ୍ୟାତିତ କରୁଥିବା ଭିଡିଓଟି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ସୁଚନା ଅନୁଯାୟୀଘଟଣାଟି ପ୍ରାୟ ୧ମାସ ତଳର ଅଟେ । ତେବେ ଭାଇରାଲ ହୋଇଥିବା ଭିଡିଓଟି ମୟୁରଭଞ ଜିଲ୍ଲା ବାରିପଦାର ତୁଳସି ଚଉରା ସାହିରେ ଥିବା ଏକ ଘରୋଇ ନିଶା ନିବାରଣ କେନ୍ଦ୍ରର ଅଟେ । ଯେଉଁଥିରେ ଜଣେ ଭିନ୍ନକ୍ଷମ ଯୁବଙ୍କୁ ପାଇପରେ ନିର୍ଧୁମ ପିଟାଯାଉଛି । ତେବେ ପିଟୁଥିବା ବ୍ୟକ୍ତି ଜଣଙ୍କ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନି ପତି ଓ ତାଙ୍କ ସହ ଜଣେ ସହେଯାଗି । ଅବନି ସେହି ଭିନ୍ନକ୍ଷମ ଯୁବକଙ୍କୁ ସହେଯାଗିଙ୍କ ପ୍ରଥମେ ପାଦ ସଫା କରିବାକୁ କହିଥିଲେ ।ଭିନ୍‌କ୍ଷମ ଯୁବକ ଜଣଙ୍କ ଏଥିରେ ରଙ୍କକ୍ସକ୍ଟ ହୋଇ ସହଯୋଗିଙ୍କ ପାଦକୁ ତାଙ୍କ ହାତରେ ସପାକରିଦେଇଥିଲେ । କିନ୍ତୁ ଏତିକିରେ ଅବନିଙ୍କ ନିର୍ଯ୍ୟାତନା କମ୍ ହୋଇନଥିଲା ।ଏହାପରେ ପୁନଶ୍ଚ ତାଙ୍କ ପାଦ ଚାଟିବାକୁ କହିଥିଲ ସେ ରାଜି ନହେବାରୁ ଏକ ଲମ୍ବା ପାଇପ୍ ସାହାର୍ଯ୍ୟରେ ନିସ୍ତୁକ ମାଡ ମାଡିଥିଲେ ଅବନି ,ମାଡ ଡରରେ ଶେଷରେ ସହଯୋଗିଙ୍କ ପାଦ ଚାଟିଥିଲେ ଯୁବକ ଜଣଙ୍କ । ଏହା ଦେଖି ଅବନି ଖୁସିରେ ନାଚୁଥିଲେ ସେଠାରେ ।ତେବେ ଏହି ନିଶା ନିବାରଣ କେନ୍ଦ୍ରରେ ପୂର୍ବରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଥର ଏଠାରୁ କେତେଜଣ ଖସି ପଳାଇଛନ୍ତି ।


ତେବେ ଆଖ ପାଖରେ ଜମା ହୋଇଥିବା ଅନ୍ୟ ଯୁବକମାନଙ୍କ ମନରେ ଏକ ପ୍ରକାରର ଭୟ ଦେଖିବାକୁ ମିଳୁଛି ଭିଡିଓରେ । ହଁ ନିଶାଶକ୍ତ ବ୍ୟକ୍ତି ବା ଯୁବକ ନିଶାନିବାରଣ କେନ୍ଦ୍ରକୁ ଏକ ସୁସ୍ଥ ଓ ନିଶାମୁକ୍ତ ଜୀବନର ଅଶାରେ ଘରଲୋକ ଏଠାକୁ ପଠାଉଛନ୍ତି । କିନ୍ତୁ ଅବନିଙ୍କ ପରି ମାଲିକଙ୍କ କେଉଁ କେଉଁ ନିର୍ଯ୍ୟତନା ଏମାନେ ସହୁଛନ୍ତି ତାହା ଏ ଭିଡିଓରେ ସମ୍ପୂର୍ଣ୍ଣ ଭାବେ ଦୃଶ୍ୟ ହେଉଛି । ଏହି ଭିଡିଓରେ ଥିବା ଭିନ୍ନକ୍ଷମ ନିଶାଶକ୍ତ ବ୍ୟକ୍ତି ଓପରେ ଏଭଲି ଅତ୍ୟାଚାର କେତେଦୂର ଯୁକ୍ତି ଯୁକ୍ତ ତାହା ଆପଣ ମାନେ ଭାବନ୍ତୁ ।

Advertisement


କିନ୍ତୁ ଭିଡିଓଟି ଭାଇରାଲ ହେବା ପରେ ନିଜର ଏଭଳି ଅମାନବିକ କାମ ଉପରେ ଟିକିଏବି ପଶ୍ଚାତାପ ଦେଖାଇନାହନ୍ତି ଅବନି । ଏ ବାବଦରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ମୁ ସମ୍ପୂର୍ଣ୍ଣ ଠିକ୍ କରିଛି । ଉକ୍ତ ଯୁବକ ଜଣଙ୍କ ବହୁଥର ଏହି କେନ୍ଦ୍ରକୁ ଆଶିଛି । ତେବେ ସେ ବାରମ୍ବାର ନିଶା ଖାଉଥିବାରୁ ତାକୁ ସୁଧାରିବା ପାଇଁ ମୁ ଏପରି କରିଛି । ଏକ ଦୁର୍ଘଟଣାରେ ସେ ନିଜର ଗୋଡ ହରାଇଥିଲା । ଏହା ପରେ ମଧ୍ୟ ସେ ନିଶା ଛାଡିନି । ଏମିତି ବ୍ୟବହାର ଦ୍ୱାରା ନିଶାଶକ୍ତ ମାନେ ସୁଧରନ୍ତି । ଏହାପାଇଁ ପ୍ରଶାସନ ମୋତେ ଯାହା ଦଣ୍ଡ ଦେବ ମୁ ଗ୍ରହଣ କରିବି ବୋଲି କହିଛନ୍ତି ସେ ।

Leave a Reply

Your email address will not be published. Required fields are marked *