Pratidin TV

Odisha's Digital News Platform

ନବଜାତକୁ କେନାଲ କଡରେ ଫିିଙ୍ଗି ଚାଲିଗଲା ନିଷ୍ଠୁର ମା , ଛୁଆର ମୁଣ୍ଡ ଖାଇଗଲା କୁକୁର ……

କେନ୍ଦ୍ରାପଡା ; କାକଟ ଛକ କେନାଲ କଡ଼ରେ ପଡିଛି ମୁଣ୍ଡ ବିହୀନ ନବଜାତ ଶିଶୁ । ଆଜିର ସଭ୍ୟ ସମାଜରେ ଅସଭ୍ୟ ପରିଚୟ ଦେଇଥିବା ଏକ ମା’ର କାର୍ଯ୍ୟକଳାପ କେନ୍ଦ୍ରାପଡ଼ା ବାସୀଙ୍କୁ ସ୍ତବ୍ଧ କରିଦେଇଛି । ମା ନୁହଁ ତ ସେ ରାକ୍ଷସୀ ଶୀତରାତିରେ ନବଜାତ ଶିଶୁକୁ କେନାଲ କଡରେ ଭୋକିଲା କୁକୁର ପାଖରେ ଛାଡି ଚାଲିଗଲା କିଭଳି ? ଏଭଳି ଏକ ଅବିଶ୍ୱସନୀୟ ଘଟଣା କେନ୍ଦ୍ରାପଡା ସହର କାକଟ ଲକ କେନାଲ ନିକଟରୁ ।

ସୂଚନା ମୁତାବକ କେନ୍ଦ୍ରାପଡ଼ା ସହର ଦେଇ ପ୍ରବାହିତ ହେଇ ଯାଉଥିବା କେନ୍ଦ୍ରାପଡ଼ା କେନାଲର କାକଟ ଲକର ମାତ୍ର ଶହେ ମିଟର ଦୂରରେ କାକଟ ଲକ ଠାରୁ ସାନ୍ତସାହି ଲକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା କଡରେ ଗତକାଲି ରାତିରେ କେହି ଏକ ସଦ୍ୟ ନବଜାତ ଶିଶୁ କୁ ରାସ୍ତାକଡରେ ଫିଙ୍ଗିଦେଇ ଯାଇଥିଲା । ଏହି ଶିଶୁ ର ମୃତ ଶରୀରକୁ ସକାଳୁ ସକାଳୁ ବୁଲା କୁକୁର ଟାଣି ନେଉଥିବାର ଦୃଶ୍ୟ ଜନସାଧାରଣଙ୍କ ଦୃଷ୍ଟି ଗୋଚର ହୋଇଥିଲା ।

ପରେ ପରେ ଏହି ଖବର ସହରରେ ବିଜୁଳି ବେଗରେ ବ୍ୟାପି ଗଲାପରେ ଏହି ଦୃଶ୍ୟ ଦେଖିବା ପାଇଁ ସହରବାସୀ ଏବଂ ସେହି ବାଟ ଦେଇ ଯାଉଥିବା ବାଟୋଇ ମାନଙ୍କର ନାହିଁନଥିବା ଭିଡ଼ ଦେଖିବା ପାଇଁ ମିଳିଥିଲା । କାରଣ କେନାଲ କଡରେ ପଡିଥିବା ନବଜାତ ଶିଶୁର ମୁଣ୍ଡ ନଥିଲା । ତେବେ ଅନ୍ୟପକ୍ଷରେ କେମିତି ଏହି ନବଜାତ ଶିଶୁ କୁ ଜନ୍ମଦାତ୍ରୀ ମାଆ ଜନ୍ମ ଦେଲାପରେ ଏଭଳି ଅବସ୍ଥାରେ ଫିଙ୍ଗି ଚାଲିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Leave a Reply

Your email address will not be published. Required fields are marked *