ପ୍ରଧାନ ଶିକ୍ଷକ ନା’ରେ ଦୁଷ୍କର୍ମ ଅଭିଯୋଗ , ଛାତ୍ରୀମାନଙ୍କ ପାଇଁ ସ୍କୁଲ ବି ଅସୁରକ୍ଷିତ ?
1 min readକେନ୍ଦ୍ରାପଡ଼ା ; ପୁଣି ଗୁରୁଙ୍କ ନାଁ ରେ ଲାଗିଲା କଳଙ୍କ । ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କୁ ବିଦ୍ୟାଳୟ ଭିତରେ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ମଧୁସୂଦନ ବିଦ୍ୟାମନ୍ଦିର ରେ ।
ଅଭିଯୋଗ ମୁତାବକ ଗତ ତା ୧୬ ତାରିଖ ଦିନ ୧୨.୩୦ ସମୟ ରେ ଏକ ନିରୋଳା ଶ୍ରେଣୀ ଗୃହକୁ ଦୁଇ ଛାତ୍ରୀ ଙ୍କୁ ଡକାଇ ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନ ଦୁଷ୍କର୍ମ କରିଥିଲେ । ପରେ ଛାତ୍ରୀଙ୍କ ଠାରୁ ପରିବାର ଲୋକେ ଘଟଣା ଜାଣିବା ପରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଅଭିଯୁକ୍ତ ପ୍ରଦୀପ ପ୍ରଧାନକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।