Pratidin TV

Odisha's Digital News Platform

ହେଲିକପ୍ଟରରୁ ମିନ୍ଦର ଉପରକୁ ହେଲା ଫୁଲ ବର୍ଷା….୪୦ କ୍ୱିଣ୍ଟାଲ ଫୁଲରେ ସଜାଇ ହୋଇଛି କେଦାରନାଥ ଧାମ

1 min read

ଚାର୍ ଧାମ ଯାତ୍ରା କରିବାକୁ ଚାହୁଁଥିବା ଭକ୍ତମାନେ ଜାଣି ବହୁତ ଖୁସି ହେବେ ଆଜିଠାରୁ ଭକ୍ତମାନଙ୍କ ପାଇଁ ବାବା କେଦାରନାଥଙ୍କ ଦ୍ୱାର ଖୋଲାଯାଇଛି। ଆଜି, ଅକ୍ଷୟ ତୃତୀୟା ଅର୍ଥାତ୍ ୧0 ମଇ ୨0୨୪ ର ଶୁଭ ଅବସରରେ ମନ୍ଦିରର କବାଟ ଖୋଲାଯାଇଛି। ସକାଳ ୭ ଟାରେ ଭକ୍ତମାନଙ୍କ ପାଇଁ କେଦାରନାଥ ମନ୍ଦିର ଏବଂ ଯମୁନୋତ୍ରି ଧାମ ମନ୍ଦିରର କବାଟ ଖୋଲା ହୋଇଛି | କିନ୍ତୁ ବଦ୍ରୀନାଥ ମନ୍ଦିରର ଦ୍ୱାର ୧୨ ତାରିଖରେ ଖୋଲାଯିବ | ଏଥିନିମନ୍ତେ ମନ୍ଦିରକୁ ପ୍ରାୟ ୪୦ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି। ଏହି ଫୁଲ ହେଲିକପ୍ଟର ଯୋଗେ ଉପରକୁ ନିଆଯାଇଛି। ଚାରିଧାମ ଖୋଲିବା ନେଇ ହେଲିକପ୍ଟରରେ ଫୁଲ ବର୍ଷା | ଏହା ନିମନ୍ତେ ରାଜ୍ୟ ସରକାର କରିଥିଲେ ଘୋଷଣା |

ମନ୍ଦିର କମିଟି ଏଠାରେ ଦର୍ଶନ ପାଇଁ କିଛି ବିଶେଷ ବ୍ୟବସ୍ଥା କରିଛନ୍ତି । ପ୍ରାୟ ୧୩ ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରର କବାଟ ଖୋଲା ରହିବ | ଏହି ସମୟରେ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ ପାଇପାରିବେ | ସକାଳେ, ଶିବଲିଙ୍ଗଙ୍କୁ ସ୍ନାନ କରି ଘିଅରେ ଅଭିଷେକ କରିବା ପରେ ଆରତୀ ଦୀପ ଏବଂ ମନ୍ତ୍ର ଜପ କରାଯାଇଛି | ଭକ୍ତମାନେ ଆରତୀରେ ଯୋଗ ଦେଇଥିଲେ |

Advertisement

ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଲାଗିଥିଲା ଭିଡ଼ | ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସେଠାରେ ପହଞ୍ଚିଛନ୍ତି | ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। । ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି।

ପ୍ରତିବର୍ଷ ଉତ୍ତୋରଖଣ୍ଡର ଚାରି ଧାମ ଏପ୍ରିଲ- ମେ’ ମାସରେ ଖୋଲା ହୋଇ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଖୋଲା ହେବା ପରେ ଅକ୍ଟୋବର- ନଭେମ୍ବରରେ ବନ୍ଦ ହୋଇଥାଏ | ମନ୍ଦିର ଖୋଲିବା ସମୟରେ ଦେଶ ବିଦେଶରୁ ଆସିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ |

Leave a Reply

Your email address will not be published. Required fields are marked *