ନୀଳଗିରି ଅଞ୍ଚଳକୁ ପ୍ରବେଶ କଲେ ୪୬ଟିକିଆ ଝାଡ଼ଖଣ୍ଡ ହାତୀ ପଲ
1 min readନୀଳଗିରି ; ଆଜି ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡ ରୁ ଗୋପାଳପୁର ଦେଇ ଜଡିବାଲି ଗ୍ରାମକୁ ୪୬ ଟିକିଆ ଝାଡ଼ଖଣ୍ଡ ହାତୀ ପଲ ପ୍ରବେଶ କରିଛନ୍ତି । ସେଥିରେ ୧୨ରୁ ଅଧିକ ଦନ୍ତା ଶହ ୫ରୁ ଅଧିକ ଛୁଆ ହାତୀ ରହିଥିବା ବେଳେ ଆଜି ସକାଳେ ନୀଳଗିରି ଗୋପାଳପୁର ଜଙ୍ଗଲକୁ ଦୁର୍ଗାଦେବୀ ଜଙ୍ଗଲ ଦେଇ ଆସି ୪୬ ଟିକିଆ ଏକ ହାତୀପଲ ପ୍ରବେଶ କରିଥିବା ସୂଚନା ମିଳିଛି ।
ତେବେ ଏ ନେଇ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ମାନଙ୍କରେ ମାଇକ ଯୋଗେ ସଚେତନ କରୁଛି ବନ ବିଭାଗ । ସାଧାରଣରତ ପ୍ରତିବର୍ଷ ଧାନ ପାଚିବା ସମୟ ହେଲେ ଝାଡ଼ଖଣ୍ଡ ରୁ ଆସିଥାନ୍ତି ହାତୀପଲ ଗୁଡିକ ଝାଡ଼ଖଣ୍ଡରୁ ଆସି ଏହି ଅଞ୍ଚଳରେ ପ୍ରବେଶ କରି ବିଲରେ ଫସଲ ହାନି କରିଥାନ୍ତି ଓ ଅନେକ ଧନ ଜୀବନ ନଷ୍ଟ ମଧ୍ୟ କରିଥାନ୍ତି। କିନ୍ତୁ ଏବେ ବିଲରେ ଫସଲ ନଥିବା ଯୋଗୁ ହାତୀ ଗୁଡିକ ଗାଁ ମୁହାଁ ହେବାର ଆଶଙ୍କା ଅଧିକ ରହିଛି ଯାଉଥି ପାଇଁ ଗ୍ରାମବାସୀମାନେ ଭୟବିତ୍ତ ହେବା ସହ ବନ ବିଭାଗକୁ ଅଧିକ ସଜାଗ ରହିବା ସହ ଅଞ୍ଚଳ ବାସୀଙ୍କୁ ସତର୍କ ରହିବାକୁ ଗାଁ ଗାଁ ରେ ପ୍ରଚାର ଗାଡି ବୁଲି ବୁଲି ବନବିଭାଗ ସଚେତନ କରୁଛନ୍ତି।
ତେବେ ହାତୀପଲ ଜଙ୍ଗଲ ଭିତରକୁ ଯିବା ଆସିବା କରିବା ସହ ରାସ୍ତା ଗୁଡିକୁ ପଳେଇଆସୁଛନ୍ତି ଯାହା ଫଳରେ ନିକଟ ଅଞ୍ଚଳ ବାସି ଭୟବିତ୍ତ ହେଇପଡୁଛନ୍ତି। ବନ ବିଭାଗର ସାହଯୋଗ କାମନା କରିବା ଧନ ଜୀବନ କୁ ସୁରକ୍ଷା ଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।