Pratidin TV

Odisha's Digital News Platform

ସ୍କୁଲରେ ବିଷ ପିଇଲେ ଶିକ୍ଷୟତ୍ରୀ , ଦିଆଯାଉଥିଲା ମାନସିକ ନିର୍ଯ୍ୟାତନା

1 min read

ଭୁବନେଶ୍ୱର : ବିଦ୍ୟାଳୟ ଯାହାକୁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ମନ୍ଦିରର ମାନ୍ୟତା ଦିଆଯାଏ । ସେହି ବିଦ୍ୟାଳୟରେ ଆଜି ଦେଖା ଦେଇଛି ଏକ ଅଭାବନୀୟ ଘଟଣା ।ଛାତ୍ରଛାତ୍ରୀ ମାନେ ରାଗିଂ,ପ୍ରେମ,ମାନସିକ ଦୁଃଶ୍ଚିନ୍ତା ଇତ୍ୟାଦିକୁ କେନ୍ଦ୍ରକରି ଜୀବନ ହାରି ଦେବା ଘଟଣାତ ପ୍ରତ୍ୟକ ଦିନ ଜାଣୁଥିବେ । କିନ୍ତୁ ଆଜି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଆଙ୍କୁଲା ପଞ୍ଚୁପଲ୍ଲୀ ସୋମନାଥ ହାଇସ୍କୁଲରେ ।

ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧ଟା ବେଳକୁ ସ୍କୁଲର ଇଂରାଜୀ ଶିକ୍ଷୟତ୍ରୀ ହଠାତ୍ ବେହୋସ ହୋଇଯାଇଥିଲେ । ଏହାପରେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ପାଣିଛାଟି ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶିକ୍ଷୟତ୍ରୀ ଜଣଙ୍କ ଆଖି ଖୋଲିନଥିଲେ । ତେବେ ତାଙ୍କ ପାଖରୁ ମସା ମରା ଲିକୁଡିର ଖାଲି ବୋତଲ ମିଳିବା ସହ ତାଙ୍କ ପାଟିରୁ ମଧ୍ୟ ସେହି ବିସାକ୍ତ ଲିକୁଡିର ଗନ୍ଧ ବାହାରିଥିଲା । ଏହାପରେ ତାଙ୍କୁ ନିକଟସ୍ଥ ବାଲୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ଭୁବନେଶ୍ୱରର ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି ।

Advertisement


ଶିକ୍ଷୟତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟାମ କରିବା ପୂର୍ବରୁ ଏକ ସୁସାଇଡ୍ ନୋଟ୍ ଲେଖିଥିଲେ । ଯାହା ତାଙ୍କ ପର୍ସରୁ ଠାବ କରାଯାଇଛି । ଉକ୍ତ ଚିଠିରେ ଶିକ୍ଷୟତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟାମ କାହିଁକି କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡିଛି । ସୋମନାଥ ହାଇସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଯାହାକୁ ସେ ସହିନପାରି ଏପରି ପଦକ୍ଷେପ ଉଠାଇଥିଲେ ।

ଚିଠି ରେ ଶିକ୍ଷୟତ୍ରୀ କ’ଣ ଲେଖିଥିଲେ ?
“ମୋର ସ୍ୱାଧୀନତା ବୋଲି କଣ କିଛି ନାହିଁ ! ସର୍ଭିସ୍ କରୁଛି, ସରଭେଣ୍ଟ ନୁହେଁ। ଘର ଠାରୁ ଦୂରେଇ ରହୁଛି, ତା’ ମାନେ ନୁହେଁ ଯେ, ମୋର ଘର ନାହିଁ। ସମସ୍ତଙ୍କର କିଛି ନା କିଛି ନିଜସ୍ୱ କାମ ଥାଏ ବା ଦେହ ଖରାପ ହୁଏ। ସେଥିପାଇଁ ଉଖ ନିଅନ୍ତି। ମୋର ଆବଶ୍ୟକ ପଡିଥିଲା ବୋଲି ସେଥିପାଇଁ ଉଖ ମାଗିଥିଲେ। କହିଲେ କ’ଣ ନା ‘ଚ୍ଚକ୍ଟଙ୍କ ଷବଙ୍ଖର ଦ୍ଭକ୍ଟ କ୍ସସଶଷଗ୍ଧ ଗ୍ଧକ୍ଟ ବଙ୍ଖବସକ୍ଷ ଉଖ, ମୋର ଇଛା ହେଲେ ଦେବି, ନହେଲେ ନାହିଁ। ମୁଁ ସ୍କୁଲର ଏଚ୍‌ଏମ୍ ଐସଶଷରକ୍ସ ବଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ, ଓ ମବଦ୍ଭ କ୍ଟକ୍ସୟରକ୍ସ ବଦ୍ଭଚ୍ଚଗ୍ଧଷସଦ୍ଭଶ; ଓ ମବଦ୍ଭ ମବକ୍ଷକ୍ଷ ଚ୍ଚକ୍ଟଙ୍କ କ୍ଟଦ୍ଭ ଗ୍ଦଙ୍କଦ୍ଭୟବଚ୍ଚ, ଝଙ୍କଦ୍ଭୟବଚ୍ଚ ସଗ୍ଦ ଦ୍ଭକ୍ଟଗ୍ଧ ବ ଷକ୍ଟକ୍ଷସୟବଚ୍ଚ ଲକ୍ଟକ୍ସ ଚ୍ଚକ୍ଟଙ୍କ.
ଏହା ଆଜିର କଥା ନୁହେଁ, ଦୀର୍ଘ ଦିନ ଧରି ଚାଲି ଆସୁଛି। ମୁଁ ଜାଣି ନାହିଁ କ’ଣ ପାଇଁ । ବାସ୍, ଆଉ ସହି ନୁହେଁ। ଭାବୁଛି କ’ଣ କରିବି।
ସଜେଷ୍ଟ ମି ପ୍ଲିଜ୍ ….ଗଡ୍‌

Leave a Reply

Your email address will not be published. Required fields are marked *