Pratidin TV

Odisha's Digital News Platform

ଜାଲରେ ପଡିଲା ଭୋଲା ମାଛ, ମୂଲ୍ୟ ୨୫ହଜାର…

1 min read

ପାରାଦ୍ୱୀପ: ମତ୍ସଜିବୀଙ୍କ ଜାଲରେ ପଡିଲା ବିଶାଳକାୟ ମାଛ । ଯାହାର ଓଜନ ପ୍ରାୟ ୧୧୦ କୋଲିଗ୍ରାମ ରହିଛି । ସମୁଦ୍ର ଭିତରେ ଏହି ମାଛମାନେ ରହିଥବା ବେଳେ ଆଜି ପାରାଦ୍ୱୀପ ସମୁଦ୍ରରୁ ଏହି ବିଶାଳ ମାଛଟିକୁ ଧରାଯାଇ ଦୀଘା ମାଛ ମାକେର୍ଟକୁ ଅଣାଯାଇଥିଲା । ତେବେ ପାରାଦ୍ୱୀପର କିଛି ମତ୍ସଜିବୀ ମାନେ ଟ୍ରଲର ସାହାର୍ଯ୍ୟରେ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ସେମାନଙ୍କ ଜାଲରେ ଏହି ମାଛ ପଡିଥିଲା । ପରେ ଏହାକୁ ବିକ୍ରି ପାଇଁ ଦୀଘା ମାଛ ମାକେର୍ଟକୁ ଅଣାଯାଇଥିଲା । ଯାହାକୁ ଦେଖିବା ପାଇଁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଅନେକ ଲୋକଙ୍କର ଭିଡ଼ ଜମିଥିଲା । ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି । ଏହି ମାଛ ସବୁ ସମୟରେ ଦେଖିବା ପାଇଁ ମିଳେନାହିଁ । କାରଣ ଏହି ମାଛ ସମୁଦ୍ରର ଗଭୀର ଜଳରେ ରହିଥାନ୍ତି । ପରେ ମାଛକୁ ନିଲାମ ଡକାଯାଇଥିଲା । ତେବେ କୋଲକାତାର ‘ବିବିସି’ ନାମକ ଏକ କମ୍ପାନୀ ଏହି ମାଛଟିକୁ ୨୫୦୦୦ ମୂଲ୍ୟ ଦେଇ କିଣିଥିବା ଜଣାପଡ଼ିଛି । କାରଣ ଏହି ମାଛରୁ ଅନେକ ଔଷଧୀୟ ଜିନିଷ ତିଆରି ହେଉଥିବା ଯୋଗୁଁ ଏହା ଏକ ମୁଲ୍ୟବାନ ମାଛ ଯାହାର ଚାହିଦା ବିଦେଶରେ ଅଧିକା ରହିଛି ।

Advertisement

Leave a Reply

Your email address will not be published. Required fields are marked *