Pratidin TV

Odisha's Digital News Platform

କୁକୁଡା ଫାର୍ମରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅଜଗର…

1 min read

ଢେଙ୍କାନାଳ: କୁକୁଡା ଫାର୍ମରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ସାପଟିର ଲମ୍ବ ପାଖାପାଖି ୧୫ ଫୁଟ ହେବ । ବିଗତ କିଛିଦିନ ମଧ୍ୟରେ ବିଭିନ୍ନ ପ୍ରକାର ସାପମାନେ ଲୋକଙ୍ଗ ଘରେ ବା ସନ୍ଧି ସ୍ଥାନରେ ପଶି ରହୁଛନ୍ତି ସେହିଭଳି ଢେଙ୍କାନାଳ ର ତରଭା ଗାଁ ଜହ୍ନିତଇଲା ସ୍ଥିତ ମା ସନ୍ତୋଷି ଫାର୍ମ ହାଉସ୍‌ରୁ ଏହି ୧୫ ଫୁଟ୍ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି । ଏହି ୧୫ ଫୁଟ୍ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ । ତେବେ କୁକୁଡ଼ା ଖାଇବା ଉଦେଶ୍ୟ ରେ ସାପ ଟି ଫାର୍ମ ପଶି ଆସିଥିବା ଅନୁମାନ କରାଯାଉଛି । ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀ ମାନେ ପ୍ରଥମେ ସାପଟିକୁ ଦେଖିଥିଲେ । ପରେ ଫାର୍ମର ମାଲିକ ଦିପ୍ ରଞ୍ଜନ ସାହୁଙ୍କୁ ଜଣାଇଥିଲେ । ଫାର୍ମର ମାଲିକ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ଟିମ ସେଠାରେ ପହଞ୍ଚି ବିରାଟକାୟ ଅଜଗରକୁ ଧରିଥିଲେ । ପରେ ଅଜଗରଟିକୁ ମେଗା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି । ବିଶେଷ କରି ଢେଙ୍କାନାଳ ପାଖ ତରଭା ବିରାଡିଆ କପିଳାସ ଅଞ୍ଚଳରେ ଏହି ସାପ ମାନେ ଦେଖା ଯାଉଛନ୍ତି । ଅଧିକ ସମୟରେ ଏହି ସାପ ମାନେ କିଛି ଲାକଙ୍କ ଘରେ ପଶିଯାଉଥିବା ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *