Pratidin TV

Odisha's Digital News Platform

ଜାଣନ୍ତୁ ସୁବ୍ରତ ରୟଙ୍କ ସାଇକେଲରୁ ସାହାରର ଯାତ୍ରା, କିଭଳି ସଫଳତା ହାସଲ ପରେ ଆସିଲେ ବିବାଦକୁ..

1 min read

ସୁବ୍ରତ ରୟ ଏକ ନାଁ ନୁହେଁ ସେ ଥିଲେ ଜଣେ ଭାରତୀୟ ବ୍ୟବସାୟୀ ତଥା ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା । ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ ।ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାର । କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା । ତେବେ ଏହି ଯାତ୍ରା ଏତେ ସହଜ ନଥିଲା । କାରଣ ଦୁଇ ଚକିଆ ସାଇକେଲରୁ ଆରମ୍ଭ ହୋଇଥିଲା ସୁବ୍ରତଙ୍କ ସାହାରା ଫାଇନାନ୍ସ । ତେବେ ସାଇକେଲରୁ ଆରମ୍ଭ ହୋଇଥିବା ଏହି ସାହାରର ଯାତ୍ରା ଅନେକ ସଫଳତା ପରେ ବିଫଳତାର ସ୍ୱାଦ ମଧ୍ୟ ଚାଖିଛି । ଏମିତିକି ଲୋକଙ୍କ ହିତ ପାଇଁ କାମ କରି ମଧ୍ୟ ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ।

ତେବେ କଣ ଥିଲେ ସୁବ୍ରତ ରୟଙ୍କ କାହାଣୀ ଆସନ୍ତୁ ଜାଣିବା..
ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ୭୫ ବଷୟ ବୟସରେ ସେ ଆଖି ବୁଜିଦେଇଥିବା ସାହାରା ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନର କାହାଣୀ:
ବିହାର ରାଜ୍ୟର ଆରିଆରେ ଏକ ବଙ୍ଗୀୟ ହିନ୍ଦୁ ପରିବାରରେ ୧୯୪୮ ଜୁନ୍ ୧୦ରେ ଜନ୍ମଗ୍ରହଣ କରିଥିଲେ ସୁବ୍ରତ ରୟ । ବିହାରରେ ଜନ୍ମିତ ହୋଇ ସେ କୋଲକାତାସ୍ଥିତ ହୋଲି ଚାଇଲ୍ଡ ଇନଷ୍ଟିଚ୍ୟୁଟରେ ପାଠପଢିବା ପରେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗଭର୍ନମେଣ୍ଟ ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଯେଉଁଠି ନିଜ ପାଠ ଶେଷ କରିଥିଲେ ସେହି ଠାରୁ ହିଁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କହିବାକୁ ଗଲେ ସେହି ଗୋରଖପୁର ହିଁ ତାଙ୍କ କର୍ମକ୍ଷେତ୍ରର ଏନ୍ତୁଡିଶାଳ ପାଲଟିଥିଲା । ନିଜ ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ ଯାହାର ନାଁ ଦେଇଥିଲେ ସାହାରା ।ଏକ ଛୋଟ କମ୍ପାନୀ ଭାବେ ଏହାକୁ ଆରମ୍ଭ କରିଥିଲେ । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବା ଓ ତାକୁ ନିବେଶ କରି ଡବଲ୍ କରିବାର ସ୍ୱପ୍ନ ଦେଖାଇଥିଲେ ଆଉ ପୂରଣ ବି କରିଥିଲେ । ଫାଇନାନ୍ସ କମ୍ପାନୀ ଭାବେ ଏହାକୁ ପ୍ରତିଷ୍ଠା କରିଥିବା ବେଳେ ପରେ ତାକୁ ସାହାରା ଇଣ୍ଡିଆ ପରିବାର ଭାବେ ୧୯୭୮ରେ ପ୍ରତିଷ୍ଠା କରିଥିଲେ ।

Advertisement

ସାହାରା ଫାଇନାନ୍ସ (ଚିଟ୍‌ଫଣ୍ଡ ସଂସ୍ଥା) ପରବର୍ତ୍ତୀ ସମୟରେ ଭାରତର ଏକ ଅଗ୍ରଣୀ ତଥା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀରେ ପରିଣତ ହୋଇଥିଲା । ୧୯୯୦ ଦଶକରେ ସୁବ୍ରତ ଲକ୍ଷ୍ନୌରେ ନିଜ ଆର୍ଥତ୍କ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ । ସେହିଠାରୁ ହିଁ ସାହାରା ଇଣ୍ଡିଆ ଆର୍ଥତ୍କ ସେବା, ଶିକ୍ଷା, ରିଅଲ ଇଷ୍ଟେଟ୍‌, ଗଣମାଧ୍ୟମ, ମନୋରଞ୍ଜନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଓ ଆତିଥେୟତା ଆଦି ବ୍ୟବସାୟିକ କ୍ଷେତ୍ରରେ ସଫଳତା ହାସଲ କରିପାରିଥିଲା । ୧୯୯୨ରେ ତାଙ୍କ ଦ୍ୱାରା ପ୍ରକାଶିତ ହିନ୍ଦୀ ଖବରକାଗଜ ରାଷ୍ଟ୍ରୀୟ ସାହାରା ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଭାଗରେ ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା ।

୯୦ ଦଶକର ଶେଷ ଭାଗରେ ମହତ୍ତ୍ୱାକାଂକ୍ଷୀ ଆମ୍ବି ଭ୍ୟାଲି ସିଟି ପ୍ରକଳ୍ପ, ୨୦୦୦ରେ ସାହାରା ଟିଭି, ୨୦୦୩ରେ ସାହାରା ଟାଇମ୍‌, ସାହାରା ସମୟ, ସାହାରା ଆଲ୍‌ମି ନାମରେ ୩ଟି ସାପ୍ତାହିକର ପ୍ରକାଶନ ଆରମ୍ଭ ହୋଇଥିଲା । ୨୦୧୨ରେ ‘ଇଣ୍ଡିଆ ଟୁଡେ’ର ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତ ରହିଥିଲେ । ୨୦୧୩ରେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତଙ୍କୁ ରିଲିଫ ସମେତ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟରେ ସୁବ୍ରତ ନିୟୋଜିତ ରହି ପ୍ରଶଂସିତ ହୋଇଥିଲେ । ନିଜ ବଦାନ୍ୟତା ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ ।

ସାହାର ଗ୍ରୁପ ଅଧୀନରେ ୫ହଜାରରୁ ଅଧିକ ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୧୨ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ସୁବ୍ରତ ଦୀର୍ଘବର୍ଷ ଧରି ସେ ଭାରତୀୟ କ୍ରିକେଟର ପ୍ରାୟୋଜକ ରହିଆସିଥିଲେ । ଅନ୍ୟ କମ୍ପାନୀଗୁଡ଼ିକର ମୁଖ୍ୟ ଭଳି ସୁବ୍ରତ ନିଜକୁ ମ୍ୟାନେଜିଂ ଡାଇରେକ୍ଟର ନ କହି ମ୍ୟାନେଜିଂ ୱାର୍କର ଭାବେ ପରିଚିତ ହେବାକୁ ପସନ୍ଦ କରୁଥିଲେ । ସାହାରା ପରିବାର ତାଙ୍କୁ ଶ୍ରଦ୍ଧାରେ ‘ସାହାରାଶ୍ରୀ’ ସମ୍ବୋଧନ କରୁଥିଲା ।

କେଉଁ ସବୁ ସମ୍ମାନର ଅଧିକାର ହୋଇଥିଲେ ଆସନ୍ତୁ ଜାଣିବା :
୧୯୯୨ରେ ବାବା-ଏ-ରୋଜଗାର ଆୱାର୍ଡରେ ସୁବ୍ରତ ସମ୍ମାନୀତ ହୋଇଥିଲେ ।
୧୯୯୪ରେ ଉଦ୍ୟମଶ୍ରୀ,୧୯୯୫ରେ କର୍ମଚାରୀ ସମ୍ମାନ ପାଇଥିଲେ ।
୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ।
୨୦୦୨ରେ ତାଙ୍କୁ ବିଜନେସମ୍ୟାନ ଅଫ ଦି ଇୟର ପୁରସ୍କାର ମିଳିଥିଲା ।ସେହି ବର୍ଷ ସେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର ମଧ୍ୟ ପାଇଥିଲେ
୨୦୧୦ରେ ତାଙ୍କୁ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ ମିଳିଥିଲା ।
୨୦୧୨ରେ ଦେଶର ୧୦ ଶ୍ରେଷ୍ଠ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।

ଏହାକୁ ବି ପଢନ୍ତୁ , ଆଉ ନାହାନ୍ତି ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ୍ ରାୟ , ସାଇକେଲରୁ ଆରମ୍ଭ କରିଥିଲେ ସାହାରାର ସଂସ୍ଥା …
କେବେ ଠାରୁ ବିବାଦରେ ଛନ୍ଦି ହେଲେ ସୁବ୍ରତ:

ଭଲ ବ୍ୟବସାୟ କରୁଥିବା ବେଳେ ସୁବ୍ରତଙ୍କ ଜୀବନ ବିବାଦ ଘେରରେ ରହିଆସିଥିଲା । ୨୦୧୨ରୁ ସୁବ୍ରତ ରାୟଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା । ବେଆଇନ ଅର୍ଥ କାରବାର, ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଏସଇବିଆଇ । ଏପରିକି ଏସଇବିଆଇ ତଦନ୍ତ ବେଳେ ୧୨୮ଟି ଟ୍ରକରେ ଭର୍ତ୍ତି ଡକ୍ୟୁମେଣ୍ଟ ଆଣି ଚର୍ଚ୍ଚାକୁ ଆସିଥିଲେ ସୁବ୍ରତ ରାୟ । ଆଇନ ଜାଲରେ ଛନ୍ଦି ହେବା ପରେ ସାହାରାର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇଛିା ସୁବ୍ରତ ରାୟ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଜମାକାରୀଙ୍କ ଅର୍ଥ ମାଚ୍ୟୁରିଟି ପରେ ମଧ୍ୟ ଫେରସ୍ତ ନ କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି । ବଜାର ନିୟନ୍ତ୍ରକ ସେବି ସହ ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃୟାରୀ ୨୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇ ତିହାର ଜେଲ ବି ଯାଇଛନ୍ତିା ପରେ ତାଙ୍କୁ ୨୦୧୬ରେ ପାରୋଲରେ ମୁକ୍ତ କରାଯାଇଥିଲା । ସାହାରା ଶେହେର ସାଧାରଣତ ସାହାରା ଇଣ୍ଡିଆ ପରିବାର ଦ୍ୱାରା ଆରମ୍ଭ ହୋଇଥିବା ଏକ ଟାଉନସିପ୍ ପ୍ରୋଜେକ୍ଟକୁ ସାହାରା ଶେହର ପ୍ରକଳ୍ପକୁ ସୂଚିତ କରେ । ଏହି ପ୍ରକଳ୍ପଟି ଆବାସିକ, ବାଣିଜ୍ୟକ ଏବଂ ମନୋରଞ୍ଜନ ସୁବିଧା ସହିତ ଆତ୍ମନିର୍ଭରଶୀଳ ଟାଉନସିପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲା । ତେବେ ସୁବ୍ରତ ରୟ ଶେଷ ପର୍ଯ୍ୟନ୍ତ ବିବାଦରୁ ମୁକ୍ତି ପାରିନଥିଲେ ।

Leave a Reply

Your email address will not be published. Required fields are marked *