ନିଆରା ମଣିଷର ଭିନ୍ନ ପ୍ରୟାସ : ସମାଜରୁ ନିଶା ନିବାରଣ ପାଇଁ ଆରମ୍ଭ କଲେ ଝାରସୁଗୁଡାରୁ ଭୁଟାନ ପଦଯାତ୍ରା ..
1 min readଝାରସୁଗୁଡା : ଅଭିରାମ ଝାରସୁଗୁଡା ଜିଲା ଦୁର୍ଲଗା ଗ୍ରାମରେ ପରିବାର ସହ ବାସ କରନ୍ତି । ସେ ତିରିଶି ବର୍ଷ ଧରି ଓପିଟିସିଏଲରେ ହେଡକ୍ଲର୍କ ଭାବେ କାର୍ଯ୍ୟ କରିବା ପରେ ଶେଷରେ ୨୦୧୮ ମାର୍ଚ୍ଚ ୩୦ରେ ଚାକିରୀ ଜୀବନରୁ ଅବସର ନେଇଥିଲେ । ଅବସର ନେବା ପରେ ଅଭିରାମ ଘରେ ରହି ଗ୍ରାମର ଆଖପାଖ ସ୍ଥାନରେ ନିଶା ନିବାରଣ ଓ ନିୟମିତ ବ୍ୟାୟାମ କରିବା ପାଇଁ ବିଭିନ୍ନ ଲୋକଙ୍କୁ ଅବଗତ କରୁଥିଲେ । ପରେ ଏହା ତାଙ୍କର ନିଶା ପାଲଟି ଯାଇଥିଲା ।
ସେ ସମାଜରୁ ନିଶା ନିବାରଣ କରିବା ପାଇଁ ଗୁଟଖା ବର୍ଜନ , ମଦ୍ୟପାନ ବର୍ଜନ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜିନିଷକୁ ବର୍ଜନ କରିବା ପାଇଁ ବ୍ୟାନର ନିର୍ମାଣ କରି ବେକରେ ଟାଙ୍ଗି ରାଜ୍ୟର ବିଭିନ୍ନ ଜିଲାରୁ ଜିଲା ବୁଲି ସଚେତନ କରାଉଛନ୍ତି । ଏନେଇ ଅଭିରାମ ଗତ ୨୦୧୨ ଜାନୁଆରୀ ୬ରେ ନିଜ ଗ୍ରାମ ଦୁର୍ଲଗାରୁ ପଦଯାତ୍ରା କରି ସମ୍ବଲପୁର , ବରଗଡ , ଦେବଗଡ଼ , ଢେଙ୍କାନାଳ , କଟକ , ଭୁବନେଶ୍ବର , ପୁରୀ ହୋଇ ଦିଲ୍ଲୀକୁ ଯାଇଥିଲେ । ଏହି ପଦଯାତ୍ରାରେ ଅଭିରାମ ମାର୍ଚ୍ଚ ୨୬ ତାରିଖ ୨୦୨୧ରେ ଦିଲ୍ଲୀର ପାର୍ଲାମେଣ୍ଟ ଭବନରେ ପହଞ୍ଚି ଥିଲେ । ସେଠାରେ ନିଶାନିବାରଣ ପାଇଁ ଦେଶର , ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ତ ତାଙ୍କ ପଦଯାତ୍ରାର ଲକ୍ଷ୍ୟ ଓ ଆଭିମୁଖ୍ୟ ଚା ଉପରେ ମତ ପ୍ରକାଶ କରି ଝାରସୁଗୁଡା ଫେରିଥିଲେ ।
ପୁଣି ନିଶା ନିବାରଣ ଉପରେ ସଚେତନତା କରିବା ପାଇଁ ୧୪ ତାରିଖରୁ ଝାରସୁଗୁଡାରୁ ପଦଯାତ୍ରା କରି ଭୁଟାନ ଅଭିମୁଖେ ବାହାରିଛନ୍ତି । ଝାରସୁଗୁଡ଼ା ରୁ ବାହାରି ରାଉରକେଲାରେ ପହଞ୍ଚିଥିଲେ । ଏଠାରେ ତାଙ୍କୁ ରାଉରକେଲା ପୋଲିସ ସହଯୋଗର ହାତ ବଢାଇଛି । ଅଭିରାମ ତାଙ୍କ ଡାହାଣ ହାତରେ ଦେଶର ଜାତୀୟ ପତାକା ଧରିବା ସହ ଛାତିରେ ନିଶା ନିବାରଣ ସ୍ଲୋଗାନ ମାନ ଲେଖି ସହରବାସୀଙ୍କୁ ସଚେତନ କରାଇଛନ୍ତି । ଅଭିରାମଙ୍କୁ ପଚାରିବାରୁ କହିଥିଲେ , ନିଶା ତ୍ୟାଗ କରିବା ନ କରିବା ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ନିର୍ଭର କରେ । ମୁଁ ମୋ କର୍ତ୍ତବ୍ୟ କରୁଛି । ଜୀବନରେ କୌଣସି ନିଶା ବର୍ଜନ କରିବା ସହ ଯଦି ନିୟମିତ ବ୍ୟାୟମ ଜଣେ ମଣିଷ କରିବ ସେ ସୁନିଶ୍ଚିତ ନିରୋଗ ରହିବା ସଙ୍ଗେ ସଙ୍ଗେ ସମାଜ ଓ ପରିବାରକୁ ମଧ୍ୟ ସୁସ୍ଥ ରଖିପାରିବ । ମୋର ବର୍ତ୍ତମାନ ପେନସନ ଆସୁଥିବାରୁ ଚଳିବାରେ କୌଣସି ଅସୁବିଧା ନାହିଁ । ବଞ୍ଚିଥିବା ପର୍ଯ୍ୟ ନ୍ତ ଏଭଳି କାର୍ଯ୍ୟ ଜାରି ରହିଥିବ ବୋଲି ଅଭିରାମ କହିଛନ୍ତି । ଆଜି କେନ୍ଦୁଝରରେ ପହଞ୍ଚିବା ପରେ କେନ୍ଦୁଝର ଟାଉନ ପୋଲିସ ତାଙ୍କୁ ସହଯୋଗର ହାତ ବଢାଇବା ଥିଲା । ଯାହାକୁ କେନ୍ଦୁଝରବାସୀ ସ୍ଵାଗତ କରିବା ସହ ସହଯୋଗର ହାତ ବଢାଇଛନ୍ତି ।