Pratidin TV

Odisha's Digital News Platform

ଇଛାଶକ୍ତି ଓ ମନବଳ ଆଗରେ ହାର ମାନିଛି ଦାରିଦ୍ରତା : ଦାଦନ ଶ୍ରମିକରୁ ନିଟ ପାସ୍ କରି ଡାକ୍ତରୀ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ….

1 min read

ରାୟଗଡା : କୁହନ୍ତିନି ମନରେ ଯଦି ଦୃଢ ଇଛାଶକ୍ତି ଥାଏ ତେବେ ସଫଳତା ଦୂର ନୁହେଁ । ଇଛାଶକ୍ତି ଓ ମନବଳ ଆଗରେ ହାର ମାନିଛି ଦାରିଦ୍ର‌୍ୟତା, ଦାଦନ ଶ୍ରମିକରୁ ନିଟ ପାସ୍ କରି ଡାକ୍ତରୀ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ସଦର ପଞ୍ଚାୟତ ଥୁଆପାଡ଼ି ଗାଁର ଜଣେ ଆଦିବାସୀ ଯୁବକ ଯୁକ୍ତ ଦୁଇ ପଢ଼ିବା ପରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । କିନ୍ତୁ ପଢା ସହ ବନ୍ଦୁତ୍ୱ ଛାଡିପାରିନଥିଲେ । ଦାଦନ ଘଟିବା ପରେ ବି ନିଜ ପଢା ପାଇଁ ସମୟ ବାହାର କରୁଥିଲେ । କିଛି ବର୍ଷ ପରେ ସେଠାରେ ଫେରି ନୀଟ ପରୀକ୍ଷା ଦେଇଥିଲେ ଆଉ ସେଥିରେ କୃତିତ୍ୱ ମଧ୍ୟ ଲାଭ କରିଥିଲେ । ଏନେଇ ଖୁସିର ଲହରୀ ଖେଳିଯାଇଛି କୃଷ୍ଣ ଚନ୍ଦ୍ର ଅଟକାଙ୍କ ଘରେ । ପୁଅକୁ ସ୍ନେହ କରୁଛନ୍ତି ପିତା ମାତା, ସ୍ତ୍ରୀ ମଧ୍ୟ ନିଜକୁ ଧନ୍ୟ ମନେକରୁଛନ୍ତି କାରଣ ନିଜ ବାପା ମାଙ୍କ ଅନିଛାସତ୍ତ୍ୱେ ବିବାହ କରିଥଲେ କୃଷ୍ଣଙ୍କ ଭଲ ଗୁଣ ଦେଖି । ଏବେ ସେ ତାର ଫଳ ପାଇଛନ୍ତି, ଏପରି ସଫଳତା ପାଇଛନ୍ତି ଉପାନ୍ତ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ସଦର ପଞ୍ଚାୟତ ଥୁଆପାଡ଼ି ଗାଁର ବଇଦ ଅଟକାଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ଅଟାକା । ଘରର ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ତାଙ୍କର ଦୁଇ ପିଲାଙ୍କୁ ମଣିଷ କରିପାରିବେ ବୋଲି ଆଶା ରଖିଛନ୍ତି ଡିଗ୍ରୀଧାରୀ ସ୍ତ୍ରୀ ମିତାଲା ।

କୃଷ୍ଣ ଚନ୍ଦ୍ର ପିଲାଟି ବେଳୁ ଆର୍ଥିକ ଅଭାବ ଅନଟନର ଶିକାର ହୋଇ ମଧ୍ୟ ପାଠପଢ଼ାରେ ରୁଚି ରଖିଥିଲେ । ସେ ୨୦୦୬ ମସିହାରେ ଆମ୍ବଦୋଲାରେ ଏକ ଆଦିବାସୀ ଆବାସିକ ବିଦ୍ୟାଳୟର ମେଟ୍ରିକ୍ ପାସ୍ କରିବା ପରେ ୨୦୦୮ ମସିହାରେ ଏକ ସ୍ବେଚ୍ଛସେବୀ ଅନୁଷ୍ଠାନ ସହାୟତାରେ ଖଲିକୋଟ କଲେଜରେ ଯୁକ୍ତ ଦୁଇ ରେ ବିଜ୍ଞାନ ପଢିବା ପରେ ପୁଣି ପାଠ ପଢ଼ାରେ ଡୋରି ଲାଗିଥିଲା। ପିତା ମାତାଙ୍କ ସହିତ କୃଷି କାର୍ଯ୍ୟରେ ନିୟୋଜିତ ହେଲେ। କିନ୍ତୁ ଅଧିକା ପାଠ ପଢ଼ିବା ପାଇଁ କୃଷି କାର୍ଯ୍ୟରେ ସମର୍ଥ ନହେବା ଜାଣି ସେ ୨୦୧୦ ରେ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଚାଲି ଯାଇଥିଲେ । ସେଠାରେ ଦୁଇ ବର୍ଷ ରହିବା ପରେ ସୁଧିରିଲାନି ଆର୍ଥିକ ସ୍ଥିତି ପୁଣି ଘରକୁ ଫେରି କୃଷି କାର୍ଯ୍ୟରେ ନିୟୋଜିତ ରହି ପାଠ ପଢାରେ ଧ୍ୟାନ ଦେଇଥିଲେ । ଏହାପରେ ୨୦୧୮ ମସିହାରେ ତାଙ୍କର ପ୍ରେମ ବିବାହ ହୋଇଥିଲା।

Advertisement

ପାଠ ପଢ଼ାର ପ୍ରାୟ ୧୩ ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ନିଟ୍ ପାଇଁ ପ୍ରସ୍ତୁତ ହୋଇ ଚଳିତ ନିଟ ପରୀକ୍ଷାରେ ପାସ୍ କରି କଳାହାଣ୍ଡି ଭବାନୀପାଟଣା ମେଡିକାଲ କଲେଜରେ ଆଡମିସନ୍ ନେଇଛନ୍ତି । ଆଗକୁ ଜଣେ ଭଲ ଡାକ୍ତର ହୋଇ ସେ ଆଦିବାସୀଙ୍କ ପ୍ରତି ହେଉଥିବା ଅବହେଳାକୁ ଧ୍ୟାନ ଦେବେ । ସେମାନଙ୍କୁ ମାଗଣା ଚିକିସାô ଯୋଗାଇଦେବେ ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର ।

Leave a Reply

Your email address will not be published. Required fields are marked *