Pratidin TV

Odisha's Digital News Platform

ଗଞ୍ଜେଇ କାରବାର ବେଳେ ଛକି ରହିଥିଲା ପୋଲିସ, ୧୪ କେଜି ଗଂଜେଇ ସହ ଦୁଇ ଗିରଫ…

1 min read


ଗଜପତି:ପୁଣି ବିପୁଳ ପରିମାଣରେ ଜବତ ହେଲା ଗଞ୍ଜେଇ । ଗଞ୍ଜେଇ କାରବାର ବେଳେ ଦୁଇ ଆନ୍ତଃରାଜ୍ୟ ଘଞ୍ଜେଇ ମାଫିଆକୁ ମାଡି ବସିଲା ପୋଲିସ । ଏଇ କିଛି ଦିନ ମଧ୍ୟରେ ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣରେ ମାଫିଆ ମାନେ ଗିରଫ ହେଉଥିବା ବେଳେ ସେହିଭଳି ଆଜି ମଧ୍ୟ ଗଜପତି ପୋଲିସକୁ ବଡ ସଫଳତା ମିଳିଛି । ତେବେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ପୋଲିସ । ପରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକାଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ସବ୍ରାନ୍ତ କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ଉକ୍ତ ଟିମ ହାଡୁପଦର ଛକ ନିଟରେ ଛକି ରହିଥିଲେ । ଆଉ ଚୋରା ଚାଲାଣ ହେଉଥିବା ବେଳେ ୧୪ କେଜି ୬୦୦ଗ୍ରାମ ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ମାଡିବସିଥିଲେ । ତେବେ ଗିରିଫ ଅଭିଯୁକ୍ତ ଦୁଇଜଣଙ୍କ ହେଇଛନ୍ତି କେରଳ କୋଲାମ ଜିଲ୍ଲାର ଏରାଭିପୁରନ୍ ଥାନା ଅନ୍ତର୍ଗତ ପୁଲିଆରାଘିକୋମ ଗ୍ରାମର ନଜମୋଲ ଏସ ଓ ନଉଫାଲ୍ ଏସ ଅଟନ୍ତି । ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ସୁବ୍ରକ୍ଷନ୍ତି କୁମାର ପଣ୍ଡା ।

Advertisement

Leave a Reply

Your email address will not be published. Required fields are marked *