Pratidin TV

Odisha's Digital News Platform

ପ୍ରେମରେ ଅନ୍ଧ ନୁହେଁ : ବରଂ ଅନ୍ଧ ପ୍ରେମିକାଙ୍କୁ ବିବାହ କଲେ ଅଧ୍ୟାପକ

1 min read

ଭୁବନେଶ୍ୱର : କୁହାଯାଏ ପ୍ରେମ ପବିତ୍ର,ଚିରନ୍ତନ ଓ ଅନ୍ଧ ମାନେନା କୌଣସି ପ୍ରତିବନ୍ଧକ । ତେବେ ପ୍ରେମରେ ଅନ୍ଧ ହେବା କଥାତ ଜାଣିଥିବେ ସବୁ , କିନ୍ତୁ ଅନ୍ଧଜାଣି ମଧ୍ୟ ପ୍ରେମ ଓ ତାପରେ ବିବାହ ଏକ ଅନନ୍ୟ ଘଟଣା । ଏହାକୁ ସତ କରି ଦେଖାଇଛନ୍ତି ଭୁବନେଶ୍ୱରର ଏକ ଅଧ୍ୟପକ । ଅଦ୍ୟପକଙ୍କ ନାମ ମଧୁସୂଦନ ଚଳିତ ମାସ ୬ ତାରିଖରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ଏକ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କୁ ।ତେବେ ଏହିଁ ଦୁହିଁ ନବ ଦମ୍ପତିଙ୍କୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

Advertisement

ତେବେ ଏନେଇ ମଧୁସୂଦନ କୁହନ୍ତି ଯେ ସେ ପ୍ରଥମେ ସାବିତ୍ରୀ ଙ୍କୁ ସ୍କୁଲର ଏକ କାର୍ଯ୍ୟକ୍ରମରେ ଦେଖିଥିଲେ । ତେବେ ଆଖି ନଥାଇ ମଧ୍ୟ ସାବିତ୍ରୀଙ୍କର ଅଦ୍‌ଭୁତ ଦକ୍ଷତା ଦେଖି ଆଶ୍ଛର୍ଯ୍ୟ ସହ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ସେ । ସେଇଠାରୁ ହିଁ ସେ ନିଷ୍ପତି ନେଇଯାଇଥିଲେ ସାବିତ୍ରୀଙ୍କୁ ଆହୁରି ଆଗକୁ ବଢାଇବାକୁ ପୋତ୍ସାହିତ କରିବେ । ଏବଂ ନିଜ ଆଖିରେ ଦେଖାଇବେ ତାଙ୍କୁ ଏଇ ସୁନ୍ଦର ଦୁନିଆ ।

Leave a Reply

Your email address will not be published. Required fields are marked *