Pratidin TV

Odisha's Digital News Platform

ନିର୍ବାଚନ ବେଳେ ଜବତ ହେଲା ପୁଳାପୁଳା ଟଙ୍କା, ଚେକ୍ ପୋଷ୍ଟ ନିକଟରୁ ୮ କୋଟି ଟଙ୍କା ଜବତ

ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଚାର ସମୟ ପାଖେଇ ଆସିଛି | ଏହିକ୍ରମରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇଁ ହସ୍ତାନ୍ତର କରାଯାଉଛି | ତେବେ ଆନ୍ଧ୍ରପ୍ରଦେଶ ନିର୍ବାଚନ ସମୟରେ ବାହାରିଲା ପୁଳା ପୁଳା ଟଙ୍କା | ପୋଲସ ସବୁସ୍ଥାନରେ ଚେକ ପୋଷ୍ଟ ସ୍ଥାପନ କରି ଜୋରଦାର ଚେକିଂ କରୁଛି | ଏହିକ୍ରମରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି | ନିକଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମଧ୍ୟରେ ଏକ ଅନ୍ତଃ ରାଜ୍ୟ ଚେକ ପୋଷ୍ଟ ଗରିକାପାଡୁ ନିକଟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି |

ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶ ଆଡକୁ ଆସୁଥିବା ଟ୍ରକକୁ ପୋଲିସ ସନ୍ଦେହ କରି ଅଟକ ରଖିଥିଲା | ଯାଞ୍ଚ କରିବାପରେ ମିଳିଥିଲା ଟ୍ରକରୁ ୮ କୋଟି ଟଙ୍କା ଜବତ ହୋଇଥିଲା | ଏହି ଟଙ୍କା ଗଣିବା ପାଇଁ ପୋଲିସାଧିକାରୀ ଏବଂ ନିର୍ବାଚନ ଅଧିକାରୀମାନେ ଗଣନା ମେସିନ ଏକାଠି କରିଥିଲେ | ଏତେ ଟଙ୍କା ମିଳିବ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ | ଏନେଇ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରୁଛି | କିନ୍ତୁ ଏପର୍ଯ୍ୟନ୍ତ ଏହି ଟଙ୍କା କାହାର ତାହା ସ୍ପଷ୍ଟ ହୋଇନାହିଁ |

Leave a Reply

Your email address will not be published. Required fields are marked *