Pratidin TV

Odisha's Digital News Platform

ବାହନଗା ଟ୍ରେନ୍ ଟ୍ରାଜେଡି : ଅଧାରେ ରହିଲା ପ୍ରେମ ନିବେଦନ , ରକ୍ତରେ ଭିଜିଲା ‘ଲଭ୍ ଲେଟର’

ବାଲେଶ୍ୱର : ଚିଠି କହୁଛି କଥା । ବାହାନଗା ଦୁର୍ଘଟଣା ସ୍ଥଳରେ ଏକ ଭଙ୍ଗା ଆଟାଜ୍‌ରେ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି ପ୍ରେମର ଶେଷ ସନ୍ତକ । ଷ୍ଟେସନରେ ବହୁଥିବା ପବନରେ ବୋଧହୁଏ ଖୋଲିଯାଇଛି ତାର ପର୍ଦ୍ଦଗୁଡା । ସ୍ପଷ୍ଟ ଭାବେ ଜଣାପଡୁଛି ପ୍ରେମରେ ଲେଖାଯାଇଥିବା ସେ ସବୁ ଶବ୍ଧ ଗୋଟେ ପ୍ରେମିକର । ଯିଏ ନିଜ ପ୍ରେମିକା ପାଇଁ ନିଜ ମନ ପ୍ରାଣ ଦେଇ ଶବ୍ଧ ମାଧ୍ୟମରେ ଓଜାଡି ଦେଇଛି ସବୁ ପ୍ରେମ । ଆଉ ସେଇ ଚିଠି ପର୍ଦ୍ଧ ଗୁଡିକ ପବନରେ ଉଡି ଚିତ୍କାର କରି କହୁଛି କିଏ ଅଛି ମତେ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଓ । ଅଫଶୋଷ୍ ଆଉ ବୋଧେ କେବେ ସେ ଚିଠି ପହଞ୍ଚିପାରିବନି ତା ଲକ୍ଷ୍ୟ ସ୍ଥଳରେ । ନା କହିପାରିବ ତା ପ୍ରେମ ଭରା ମିଠା ଶବ୍ଧ ଯେଉଁଥରେ ଆଜି ପଡିଯାଇଛି ତାକୁ ଲେଖିଥିବା ପ୍ରେମିକର ରକ୍ତ ଛିଟା ।

ଯାତ୍ରୀମାନଙ୍କୁ ମୃତ ଜୀବିତ ଅବସ୍ଥାରେ ଉଦ୍ଧାର ପରେ . ଗତକାଲି ବାହନାଗା ଟ୍ରାକରୁ ସେମାନଙ୍କ ଜିନିଷ ପତ୍ର ବାହାର କରାଯାଇଛି । ଏସବୁ ଭିତରେ ଏକ ଭଙ୍ଗା ଆଟାଜରୁ ରକ୍ତ ଛିଟା ପଡିଥିବା ଏକ ଡାଏରୀ ମିଳିଛି । ଯେଉଁଥିରେ ଲେଖାହୋଇଛି ଏକ ପ୍ରେମିକ ମନରେ ନିଜ ପ୍ରେମିକା ପ୍ରତି ଥିବା ସେଇ ସବୁ ଭଲପାଇବା ଯାହା ସେ ବୋଧ ହୁଏ ତାକୁ କେବେ କହିପାରିବିନି । କିମ୍ବା କହିବାର ତାକୁ ମୌକା ମିଳିନି । ପ୍ରେମିକାକୁ ଦେଖାକରି ସେ ଡାଏରୀର ପ୍ରତ୍ୟକ ପୃଷ୍ଟାରେ ଲେଖିଥିବା ନିଜ ମନକଥା ସବୁ ପଢିବାକୁ ଦେଇଥାନ୍ତା । କିନ୍ତୁ ଏହି ଦୁର୍ଘଟଣାରେ ବଦଳେଇଦେଲା ଜୀବନର ମୋଡ । ନା ସେ ନିଜେ ପହଞ୍ଚିପାରିଲା ନା ତା ଚିଠି। ତେବେ ଟ୍ରାକରୁ ମିଳିଥିବା ସେଇ ଚିଠିଟି ବଙ୍ଗଳାରେ ଲେଖାହୋଇଛି । ଯାହାକୁ ପଢିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଡାଏରୀରେ ଲେଖା ହୋଇଛି – ‘ଅଲପୋ ଅଲପୋ ମେଘ ଥେକେ ହାଲକା ବ୍ରିିଷ୍ଟି ହୋଏ । ଛୋଟ ଛୋଟ ଗୋଲପେ ଥେକେ ଭାଲୋବାସା ସୃଷ୍ଟି ହୁଏ ’ା ଅର୍ଥାତ୍ ଛୋଟ ଛୋଟ କଥାରୁ ହିଁ ଭଲ ପାଇବା ସୃଷ୍ଟି ହୁଏ । ମୁଁ ତୁମକୁ ସବୁବେଳେ ଭଲପାଇବାକୁ ଚାହେଁ .. ତୁମେ ସବୁବେଳେ ମୋ ହୃଦୟର ନିକଟରେ ରୁହ .. ଏମିତି ଅନେକ ପୃଷ୍ଟାରେ ଲେଖାଯାଇଥିବା ପ୍ରେମର ପରିଭାଷା । ଯାହାକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇପାରିଲାନି ପ୍ରେମିକ ।

ତେବେ ଏହି ଡାଏରୀ ଉଦ୍ଧାରକାଳି ଦଳ ପାଇଥିବା ବେଳେ ଏହା ସ୍ଥାନୀୟ ପୋଲିସଙ୍କ ପାଖରେ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଡାଏରୀରର ମାଲିକ/ଲେଖକଙ୍କ କୌଣସି ଖବର ମିଳିପାରିନାହିଁ । କିମ୍ବା କେହି ଜୀବିତ ବ୍ୟାକ୍ତି ଏହାକୁ ଖୋଜି ନାହାନ୍ତି । ତେଣୁ ପୋଲିସ ସନ୍ଦେହ କରୁଛି ଯେ ଏହା ମୃତକମାନଙ୍କ ଭିତରୁ କାହାର ହୋଇଥିବ । ଏହି ଚିଠି ଭଳି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନି ଅନେକ ଖେଳନା ଓ ନୂଆ ଶାଢୀ ଚୁଡି ଇତ୍ୟାଦି । ଯାହା କେହି ନିଜର ତା ପରିବାର ପାଇଁ ନେଇ ଖୁସିରେ ଫେରୁଥିଲା । ବୋଧହୁଏ ସବୁଦିନ ପାଇଁ ଭାଙ୍ଗିଯାଇଛି ତା ନୂଆ ଜିନିଷ । ସେଇ ନୂଆ ଖେଳନା ଆଉ ଚୁଡି ତା ସହ ଶାଡୀରେ ଲାଗିଯାଇଛି ବାହନଗାର ସେଇ ଭୟଙ୍କର ରାତିର ରକ୍ତଛିଟା ।

Leave a Reply

Your email address will not be published. Required fields are marked *