Pratidin TV

Odisha's Digital News Platform

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆଜି ବର୍ଷାରେ ଭିଜିବ ଏହିସବୁ ଜିଲ୍ଲା 

1 min read

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର | ଯେଉଁ କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେକେଟୋ ବାତ୍ୟାର ରୂପ ନେଇପାରେ | ତେବେ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ଶସୁଚନା ଜାରି କରାଯାଇଛି | ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ | ଭଦ୍ରକ, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ଓ ପୁରୀ ଜିଲ୍ଲାରେ ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ପାର୍ବଣ ପୂର୍ବରୁ ବଦଳିଲା ପାଗର ମିଜାଜ | ସୃଷ୍ଟି ହୋଇଛି ଲଘୁଚାପ |

ଉତ୍ତର ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି | କିନ୍ତୁ ଏହାର ପ୍ରବାହ ଅଧିକ ସମୟରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି | ଲଘୁଚାପ ପ୍ରଭାବରେ ରାଜ୍ୟରେ ୭ ଦିନ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ | ବିଶେଷ କରି ବାଲେଶ୍ୱର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଓ ଭଦ୍ରକ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି | ୧0 ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ସେହିପରି ଆସନ୍ତାକାଲି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ ବୋଲି ଆଶଂକା କରାଯାଉଛି | ସେଗୁଡିକ ହେଲା କଟକ,କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଢଙ୍କାନାଳ, ବାଲେଶ୍ୱର, କେଉଁଝର,ମୟୁରଭଞ୍ଜ, ଅନୁଗୁଳ, ଦେବଗଡ, ଝାରସୁଗୁଡା,ସମ୍ବଲପୁର |

Advertisement

Leave a Reply

Your email address will not be published. Required fields are marked *