Pratidin TV

Odisha's Digital News Platform

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ , ଏହିସବୁ ଜିଲ୍ଲାରେ ପକାଇବ ପ୍ରଭାବ ।

1 min read

ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷଯଟି ହୋଇଛି । ଯାହା ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ‘ପେଙ୍ଗାଲ’ରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଅବପାତରେ ପରିଣତ ହେବ। ପରବର୍ତ୍ତି ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ।

ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବନାହିଁ । କିନ୍ତୁ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ।

Advertisement

ଅନ୍ୟପଟେ ଏହାର ପ୍ରଭାବରେ ଉପକୂଳ କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୨୭ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଳାରେ ହାଲକା ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *