Pratidin TV

Odisha's Digital News Platform

ଏହିସବୁ ଦୁଃଖକୁ କେବେ ବି ସହ୍ୟ କରିପାରନ୍ତି ନାହିଁ ପୁରୁଷ.. ଜାଣନ୍ତୁ କ’ଣ ?

1 min read

ସମସ୍ତଙ୍କ ଜୀବନରେ ସୁଖଦୁଃଖସହ ସମସ୍ୟା ଲାଗି ରହିଥାଏ । କିଛି ଲୋକ ଏହା ସହ ଲଢି ଆଗକୁ ବଢୁଥିବା ବେଳେ କିଛି ଲୋକ ଚାପଗ୍ରସ୍ତ ହୋଇ ଭୁଲ ବାଟକୁ ଯାଉଛନ୍ତି । ତେବେ କଥାରେ ଅଛି ମହିଳା ମାନଙ୍କର ସହନ ଶକ୍ତି ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ । ହେଲେ ଆପଣ ଜାଣିଛନ୍ତି କି ଏଭଳି ୪ଟି ଦୁଃଖ ଅଛି ଯାହାକୁ ପୁରୁଷମାନେ ସହ୍ୟ କରି ପାରନ୍ତି ନାହିଁ ।ଯାହାଫଳରେ ସେମାନେ ଚିନ୍ତାରେ ରୁହନ୍ତି । ତେବେ ପୁରୁଷଙ୍କ ଦୁଃଖଏବେ ରୁ ନୁହେଁ କାହିଁ କେଉଁ କାଳରୁ ରହି ଆସିଛି । ଯାହା ବିଷୟରେ ବର୍ଣ୍ଣନା କରିଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ଏଭଳି ଦୁଃଖ ଯାହା ମଣିଷକୁ ଭିତର ହିଁ ଖାଇ ଯାଇଥାଏ । ଚାଣକ୍ୟଙ୍କ କହିବା ଅନୁସାରେ ଇଏ ଏଭଳି ଦୁଃଖ ଅଟେ ଯାହାକୁ ମଣିଷ କେବେ ବି ସହ୍ୟ କରିପାରେ ନାହିଁ ।ତେବେ ଆସନ୍ତୁ ଜାଣିବା ପୁରୁଷ କେଉଁ ୪ଟି ଦୁଃଖକୁ କେବେ ବି ସହ୍ୟ କରି ପାରନ୍ତି ନାହିଁ..
ପୁରୁଷମାନେ ତାଙ୍କ ସ୍ତ୍ରୀଙ୍କ ବିନା ରହି ପାରନ୍ତି ନାହିଁ । କୁହାଯାଏ ଯେ ସ୍ତ୍ରୀର ବିୟୋଗ ହୋଇ ଯାଇଥିଲେ ପୁରୁଷମାନେ ଏହାକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ ।
ସେହିପରି ନିଜ ସମ୍ପର୍କୀୟ ଯଥା ଭାଇ ବନ୍ଧୁ ଯଦି କେହି ସେମାନଙ୍କୁ ଅପମାନ କରନ୍ତି କିମ୍ବା ଅନାଦର କରନ୍ତି ତେବେ ପୁରୁଷ ମାନେ ଏହାକୁ ବରଦାସ କରିପାରନ୍ତି ନାହିଁ ।
ଯେଉଁ ପୁରୁଷ ଟଙ୍କା ଧାର କରଜରେ ବୁଡି ରହିଥାନ୍ତି ଆଉ ସେ କବେ ବି ଏହାକୁ ସୁଜି ନପାରନ୍ତି ସେହିଭଳି ପରିସ୍ଥିତିରେ ସେମାନେ ସବୁବେଳେ ଦୁଃଖରେ ରୁହନ୍ତି ।
ଯେଉଁ ବ୍ୟକ୍ତି ପାଖରେ ସବୁ ବେଳେ ଧନର ଅଭାବ ତା ସହ ନିଜର କେହି ନଥିବେ ଏହି ଦୁଃଖ ସବୁବେଳେ ସେମାନଙ୍କ ମନରେ ଘର କରି ରହି ଯାଇଥାଏ ।
ଏହିସବୁ କାରଣରୁ ପୁରୁଷମାନେ ଅନେକ ସମୟରେ ଅପମାନର ଶିକାର ହୋଇଥାନ୍ତି । ଚାଣକ୍ୟ କହିଛନ୍ତି ଏହି ସବୁ ଦୁଃଖକୁ ପୁରୁଷ ମାନେ ସହ୍ୟ କରି ପାରନ୍ତି ନାହିଁ ।

Advertisement

Leave a Reply

Your email address will not be published. Required fields are marked *