Pratidin TV

Odisha's Digital News Platform

ଭୋଟ ଦେବାବେଳେ EVM ମେସିନ୍ କୁ ମୁଥ ମାରିଲେ ମତଦାତା …

1 min read

ନିର୍ବାଚନରେ ନେତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ, କିନ୍ତୁ ଉତ୍ତରାଖଣ୍ଡରରେ ନେତାଙ୍କ ଅପେକ୍ଷା ଏହି ଭୋଟର ଏବେ ଲାଇମ ଲାଇଟରେରହିଛନ୍ତି । ଏହି ଭୋଟରଙ୍କ କାରନାମା ଦେଖି ସମସ୍ତେ ହତବାକ ହୋଇଛନ୍ତି । ମତଦାନ କରିବାକୁ ଆସି EVM ମେସିନ୍ କୁ ମୁଥ ମାରି ଭାଙ୍ଗିବାକୁ ଚେଷ୍ଟାକରିଥିଲେ ବ୍ୟକ୍ତି । ଖାଲି ସେତିକି ନୁହେଁ EVM ମେସିନ୍ କୁ ତଳେ କଚାଡି ଦେଇଥିଲେ ।ଏହି ମତଦାତା ଙ୍କର କେବଳ ଗୋଟିଏ ଜିଦି EVM ମେସିନ ନୁହେଁ ମୁଁ ବାଲଟ ପେପରରେ ଭୋଟ ଦେବି ।

ଉତ୍ତରାଖଣ୍ଡର ହରିଦ୍ୱାରରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଛି । ମତଦାନ ସମୟରେ ଭୋଟ୍ ଦେବାକୁ ଆସିଥିବା ଜଣେ ବ୍ୟକ୍ତି ନିଜେ ଭୋଟିଂ ମେସିନ୍ ଉଠାଇ ମାଟିରେ ଫିଙ୍ଗି ଦେଇଥିଲେ । ସୁରକ୍ଷା କର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ସେମାନେ ତୁରନ୍ତ ତାଙ୍କୁ ଅଟକ ରଖିଥିଲେ । ଏହା ପରେ ପଚରାଉଚରା ବେଳେ ସେ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ଦାବି କରିଥିଲେ । ସୂଚନାନୁଯାୟୀ ଇଭିଏମ୍ ମେସିନ୍ ଭାଙ୍ଗିବାର ଘଟଣା ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାରେ ଘଟିଛି । ଜଣେ ବୃଦ୍ଧ ଭୋଟର ଭୋଟ୍ ଦେବା ପାଇଁ ଏଠାରେ ଜୱାଲାପୁର ବିଧାନସଭା କ୍ଷେତ୍ରର ୧୨୬ ନମ୍ବର ବୁଥରେ ପହଞ୍ଚିଥିଲେ । ପ୍ରଥମେ ସେ ଧାଡିରେ ଶାନ୍ତିରେ ଠିଆ ହୋଇଥିଲେ, ତା’ପରେ ଭୋଟ୍ ଦେବା ପାଇଁ ଭିତରକୁ ପହଞ୍ଚିବା ମାତ୍ରେ ସେ ରଖାଯାଇଥିବା ଇଭିଏମ୍ ମେସିନ୍ ଉଠାଇ ତଳେ ପକାଇ ଦେଇଥିଲେ । ଯେଉଁ କାରଣରୁ ମେସିନ୍ ଭାଙ୍ଗିଗଲା ।

Advertisement

ବୃଦ୍ଧଙ୍କୁ ଗିରଫ କରିଥିଲେ ଏବଂ ତାଙ୍କର କାର୍ଯ୍ୟକଳାପ ଦେଖିବା ପରେ ମତଦାନ ବୁଥରେ ବିଶୃଙ୍ଖଳା ହୋଇଥିଲା । ବାହାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀମାନେ ତୁରନ୍ତ ଭିତରକୁ ଆସି ବୃଦ୍ଧଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ଧରି ପଚରାଉଚରା ବେଳେ ସେ ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ ଦାବି କରିଥିଲେ । ଏହା ପରେ ଅଭିଯୁକ୍ତକୁ ନିକଟସ୍ଥ ପୋଲିସ ଥାନାକୁ ନିଆଯାଇଥିଲା । ହେଲେ ଥାନାରେ ମଧ୍ୟ ବୃଦ୍ଧ ଭୋଟର ଜୋରରେ ପାଟି କରି ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ ।ତଥାପି ଏହି ଉତ୍ତେଜନା ପରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ମତଦାନ ହୋଇଥିଲା । ମୋର ଭୋଟ, ମୋର ଗର୍ବ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ପୋଲିଂ ବୁଥରେ ଶାନ୍ତି ଶୃଙ୍ଖଳାରେ ଭୋଟ ଦେଇଥିଲେ । ମତଦାନ କରି ଦେଶର ଭାଗ୍ୟ ବିଧାତା ବାଛିବକୁ ସମସ୍ତଙ୍କର ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *