Pratidin TV

Odisha's Digital News Platform

ପୁଣି ମୁକୁଳା ନାଳ ନେଲା ଜଣେ ଯୁବକଙ୍କ ଜୀବନ ।

1 min read

କଟକ : ପୁଣି ମୁକୁଳା ନାଳ ନେଲା ଜଣେ ଯୁବକଙ୍କ ଜୀବନ । ଏମିତି ଏକ ଘଟଣାର ପୁନରାବୃତ୍ତି ହୋଇଛି କଟକ ମହାନଗର ନିଗମର ୱାର୍ଡ ନମ୍ବର୍ ୫୪ ର ନୁଆ ବଜାର ମହିମା ନଗର ଅଞ୍ଚଳରେ । ଏଠାରେ ଏକ ମୁକୁଳା ନାଳ ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗ ମୂର୍ଶିଦା ବାଦ୍ ଅଞ୍ଚଳର ୨୪ ବର୍ଷୀୟ ଜାକିର ହୁସେନ୍ । ସେ ରାଜମିସ୍ତ୍ରୀ ଭାବେ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିଲେ ।

ଆଜି ସକାଳ ସମୟରେ ସ୍ଥାନୀୟ ବାସିନ୍ଦା ମାନେ ଯେତେବେଳେ ବାହାରକୁ ବାହାରିଥିଲେ ସେତେବେଳେ ନାଳ ମଧ୍ୟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସି ଆର୍ ଆର୍ ଆଇ ଥାନା ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୂର୍ବରୁ ଅନେକ ସମୟରେ ମୁକୁଳା ନାଳ ରେ ପଡ଼ି ଅନେକଙ୍କ ଜୀବନ ଯାଇଥିବା ବେଳେ ଆଜି ମଧ୍ୟ ସମାନ ଭାବରେ ଆଉ ଜଣଙ୍କ ଜୀବନ ଯାଇଛି ।

Advertisement

ଗତ ୨୦୨୩ ମସିହାରେ ବକ୍ସି ବଜାର ବାରପଥର, ବିଡାନାସୀ, ରାଉଶାପାଟଣା, ଛତ୍ର ବଜାର, ଝୋଲା ସାହି ଆଦି ଅଞ୍ଚଳରେ ୬ ଜଣଙ୍କର ମୁକୁଳା ନାଳରେ ପଡ଼ି ଜୀବନ ଯାଇଛି । ଏଥିପାଇଁ ଅନେକ ପ୍ରତିକାର କରାଯାଇଥିବା ବେଳେ ତାହା କୋଉଠି ନା କୋଉଠି ଫେଲ୍ ମାରିଛି । ସେହିଭଳି ମହିମା ନଗର ଅଞ୍ଚଳରେ ଦୀର୍ଘ ଏକ ମାସ ଧରି ନାଳ ସଫା କରିବା ଆଳ ରେ ଡ୍ରେନ ର ସ୍ଲାବ ଗୁଡ଼ିକୁ ବାହାର କରାଯାଇଥିଲେ ବି ତାହାକୁ ପକାଯାଇନାହିଁ । ଯାହାଫଳରେ ସେହି ଅଞ୍ଚଳରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ବେଳେ ଗତକାଲି ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଜଣଙ୍କର ଜୀବନ ଯାଇଥିବା କଥା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିଭଳି ପାଖାପାଖି ତିନୋଟି ସ୍କୁଲ ଓ ବ୍ୟସ୍ତ ବହୁଳ ରାସ୍ତା ଥିବା କାରଣରୁ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ ।

Leave a Reply

Your email address will not be published. Required fields are marked *