କାଠଯୋଡ଼ିରେ ମାତିଛି କି ମଣିଷଖିଆ କୁମ୍ଭୀର ! ଲୋକଙ୍କ ମଧ୍ୟରେ ପଶିଲା ଛନକା
1 min readକେନ୍ଦ୍ରାପଡା ପରେ କଟକରେ ଆତଙ୍କ ଖେଳାଉଛି ମଣିଷ ଖିଆ କୁମ୍ଭୀର | ପୁଣି କାଠଯୋଡ଼ିରେ କୁମ୍ଭୀର ଆତଙ୍କ । ଆଜି ସକାଳୁ ସକାଳୁ କଟକ ତ୍ରିଶୂଳିଆ ବ୍ରିଜ୍ ନେତାଜୀ ସେତୁ ତଳେ ଦେଖିବାକୁ ମିଳିଛି ଏକ ବିରାଟକାୟ କୁମ୍ଭୀର । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି କାଠଯୋଡ଼ିରେ କୁମ୍ଭୀର ଆତଙ୍କରେ କଟକବାସୀ । ଦିନକୁ ଦିନ ବଡିବାରେ ଲାଗିଛି କୁମ୍ଭୀର ଆତଙ୍କ |
ତେବେ କିଛି ଦିନର ବ୍ୟବଧାନ ପରେ କୁମ୍ଭୀର ଆତଙ୍କ | ଗୋଟିଏ ପଟେ ଲୋକେ ଏହି ବ୍ରିଜ୍ ରୁ ଡେଇଁ ଆତ୍ମହତ୍ୟା କରୁଥିବା ବେଳେ ଅନ୍ୟପଟେ କୁମ୍ଭୀର ଯାହାକି ଭୟବିତ ସୃଷ୍ଟି କରୁଛି । ପ୍ରତ୍ୟେକ ଦିନ ସାଧାରଣ ଲୋକେ ଶୌଚ ହେବାକୁ ମଧ୍ଯ ଏହି କାଠଯୋଡ଼ି ନଦୀ ଉପରେ ନିର୍ଭର କରିଥାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ବନ ବିଭାଗ କରୁଛି କ’ଣ??? । ଏତେ ଅଘଟଣ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏଠି ସାଧାରଣ ଲୋକଙ୍କ ମନରେ ଭୟ ବାତାବରଣ ଖେଳି ଯାଇଛି |