Pratidin TV

Odisha's Digital News Platform

ବଚସା ନେଲା ହତ୍ୟାର ରୂପ : ଯୁବକଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର : ଏକ ନିର୍ମମ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଆଠଗଡ ଜିଲ୍ଲାରେ । ଆଠଗଡ ଥାନା କନ୍ଦରପୁର ଗ୍ରାମ ନିକଟ ଏକ କୁକୁଡାଫାର୍ମ ପଛରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଆଜି ସକାଳୁ ମିଳିଛି । ତେବେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ମୃତ ଗଣେଶ ସାମଲ ଗାଁ ନିକଟରେ ଜଣଙ୍କର କୁକୁଡା ଫାର୍ମରେ ଆଶି କାମ କରନ୍ତି

। ତେବେ ଗତ କିଛିଦିନ ହେବ ଫାର୍ମର ମାଲିକ ବାପିଙ୍କ ସହ ତାଙ୍କର କିଛି କଥାକୁ ନେଇ ମନ୍ତାନର ହୋଇଥିଲା । ଗତକାଲି ପାର୍ମକୁ ଆସି ଆଉ ଘରକୁ ଫେରିନଥିଲେ ଗଣେଶ । ଏନେଇ ପରିବାରର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଅନେକ ଖୋଜାଖୋଜି ପରେ ଆଜି ସକାଳୁ ଗଣେଶଙ୍କ ରକ୍ତାକ୍ତ ମୃତ ଦେହକୁ ପାଇଥିଲେ ।

ସେପଟେ ଫାର୍ମରୁ ଫେରାର୍ ହୋଇଯାଇଥିଲେ ମାଲିକ ବାପି । ଏନେଇ ଉତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ଫାର୍ମର ମାଲିକ ଏସବୁ କରି ଫେରାର ହୋଇଯାଇଥିବାରୁ ଫାର୍ମଟିକୁ ଭାଙ୍ଗିଦେଇଥିଲେ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଶବ ବ୍ୟାବିଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଫାର୍ମରେ କାମ କରୁଥିବା ଆଉ ୨ ଜଣ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖିପଚରା ଉଚରା କରିବା ସହ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *