ଆତ୍ମହତ୍ୟାର ବ୍ଲୁ-ଟୁଥ୍ ,ରାଜଧାନୀରେ ପୁଣି ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
1 min readଭୁବନେଶ୍ୱର : ଏବେ ଆତ୍ମହତ୍ୟାର ବ୍ଲୁ-ଟୁଥ୍ ପାଲଟିଛି ରାଜଧାନୀ । ପ୍ରତ୍ୟକଦିନ ଏଠାରେ କେହି ନା କେହି ହାରିଦେଉଛି ନିଜ ଜୀବନ । ବାସ୍ତବରେ କଣ ସବୁ ସମସ୍ୟାର ସମାଧାନ ମୃତ୍ୟୂ । ତେବେ ଆଜି କାଲିର ପିଢିଙ୍କ ପାଇଁ ଆତ୍ମହତ୍ୟା ଏକ ଟ୍ରେଡ୍ ପାଲଟିଛି କହିଲେ ଚଳେ ପରିସ୍ଥିତି ସହ ନଲଢି ,ସମସ୍ୟାର ସମାଧାନ ନଖୋଜି ସାମାନ୍ୟ କଥାରେ ହାରିଦେଉଛନ୍ତି ନିଜ ଜୀବନ । ସେହିଭଳି କିଛି ଦିନ ପୂର୍ବରୁ ହିଁ ରୁଜିକା,ପୂଜା,ଶ୍ୱେତା ଏବଂ ଆଜି ଜଣେ ମହିଳା ହାରିଦେଇଛନ୍ତି ନିଜ ଜୀବନକୁ । କଣ ଜୀବନଠୁ ଏତେ ମୂଲ୍ୟବାନ ମୃତ୍ୟୁ ? ଭାବନ୍ତୁ ଆପଣ ଥରେ । କଣ ମୃତ୍ୟୂ ପରେ ହୋଇଯାଏ ସବୁ ସମାଧାନ !
ତେବେ ଆଜି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ ।
ଆଜି ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ସ୍ଥିତ ଏକ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉର୍ଦ୍ଧାର କରାଯାଇଛି । ସୂଚନା ଅନୁ୍ଯାୟୀ ମହିଳା ଜଣଙ୍କ ଗତକାଲି ରାତିରେ ପଡୋଶୀ ଘରେ ସ୍ୱାମୀଙ୍କ ସହ ମିଶି ଭୋଜି କରିଥିଲେ । ଏହାପରେ ଆଜି ସକାଳୁ ନିଜ ଘର ଭିତରେ ମହିଳା ଜଣଙ୍କର ଝୁଲନ୍ତା ମୃତଦେହ ଠାବ କରିଥିଲା ପୋଲିସ । ତେବେ ଗତକାଲି ରାତିରେ ଏପରି କଣ ଘଟିଥିଲା ଯେଉଁଥିପାଇଁ ମହିଳା ଜଣଙ୍କ ଏମିତି ପଦକ୍ଷେପ ନେଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ମୃତ ଶରୀରକୁ ଶବବ୍ୟାବିଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।ତେବେ ମୃତ ମହିଳା ଜଣଙ୍କ ହେଲେ ପ୍ରଜ୍ଞା ପରମିତା ଧଳ ।