Pratidin TV

Odisha's Digital News Platform

ଶୀତ ରାତିକୁ ଉପାଶ ପେଟ , ୭ ଦିନ ହେବ ମାଆର ଫଟୋ ଧରି ଘର ଘର ଖୋଜୁଛି ପୁଅ……

1 min read

ପୁରୀ ; ମାଆ ର ସ୍ନେହ ମମତା ରେ ବଡ଼ ହୋଇଥିବା ପୁଅ ନିଜମାଆ ର ଫୋଟ ଧରି ଦୀର୍ଘ ସାତ ଦିନ ହେଲା ଜନ୍ମକଲା ମାଆ କୁ ଖୋଜୁଛି. ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପଂଚାୟତ ଅଧୀନ କେରେଣ୍ଡିଆପାଳ ଗାଁରେ. କେରେଣ୍ଡିଆପାଳ ଗ୍ରାମର ସଞ୍ଜୟ ଡ଼ାଳୁଆ ଙ୍କ ପତ୍ନୀ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ହେବ ମାନସିକ ବିକାରଗ୍ରସ୍ତ ଥିବା ବେଳେ ପ୍ରତି ମାସରେ ତାଙ୍କ ପାଇଁ ମେଡ଼ିସିନ ଆସି ଖାଇବାକୁ ଦିଆଯାଏ । କିନ୍ତୁ ଗତ ୧୯ଡିସେମ୍ବର ୨୦୨୩ ରିଖ ମମତା ମାନସିକ ଅବସ୍ଥା ଭଲନଥିବାରୁ ଚିକିତ୍ସାପାଇଁ ମମତାଙ୍କ ଭାଇ ସାଗର ବେହେରା ଓ ମମତାଙ୍କ ଶଶୁର କଟକ ଏସସିବି ମେଡିକାଲ ମାନସିକ ଚିକିତ୍ସା ବିଭାଗକୁ ନେଇଥିଲେ ।

ଆଉଟ ଡୋରରେ ଟିକେଟ କାଟି ଡାକ୍ତରୀ ପରାମର୍ଶ ପାଇଁ ଅପେକ୍ଷା କରିଥିବା ବେଳେ ଗହଳି ଭିତରେ ସମ୍ପୃକ୍ତ ମହିଳା ମାନସିକ ରୋଗୀ ଜଣକ ନିଖୋଜ ହୋଇଯାଇଥିଲେ । ଦିନ ତମାମ ଆଖପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲାା ସବୁଆଡୁ ନିରାଶ ହୋଇ ସମ୍ପର୍କୀୟ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ।

ନିଖୋଜ ଥିବା ମହିଳା ମାନସିକ ରୋଗୀଙ୍କ ପାରିବାରିକ ଆର୍ଥିକ ସ୍ଥିତି ବହୁତ ଖରାପ , ତାଙ୍କ ସ୍ୱାମୀ ସଞ୍ଜୟ ଡ଼ାଳୁଆ ରାଜ୍ୟ ବାହାରେ ଶ୍ରମିକ ଭାବେ ବାହାରେ କାମ କରୁଥିବା ବେଳେ ବୃଦ୍ଧ ବାପା ମାଆ ଙ୍କ ପାଖରେ ଗାଁରେ ରହୁଛନ୍ତି ଦୁଇ ସନ୍ତାନ ।
ବୋହୁ ନିଖୋଜ ପରେ ବୃଦ୍ଧ ଶାଶୁ, ଶଶୁର ଆଶଙ୍କାରେ ଥିବା ବେଳେ ମମତା ଙ୍କ ପୁଅ ନିଜ ମାଆ ର ଫଟ ଧରି ଗାଁ ଗାଁ ଓ ଘର ଘର ବୁଲି ଦୀର୍ଘ ସାତ ଦିନ ହେଲା ନ ଖାଇ ନ ପିଇ ମାଆକୁ ଖୋଜୁଛି । ଗ୍ରାମବାସୀ ଅନୁରୋଧ କରିଛନ୍ତି ଯଦି କୌଣସି ସହହୃଦୟ ବ୍ୟକ୍ତି କେଉଁସ୍ଥାନରେ ଦେଖିବେ ଏହି ନମ୍ବର ଯୋଗାଯୋଗ କରିବା ପାଇଁ :-୯୦୭୮୫୪୭୫୨୦.
ମାଆର ସ୍ନେହ ମମତା ବଢିଥିବା କୁନି ପୁଅଟିଏ ମାଆ କୁ ନପାଇଁ ଭୋକ ଶୋଷଭୁଲିଗଲାଣି ।

Leave a Reply

Your email address will not be published. Required fields are marked *