Pratidin TV

Odisha's Digital News Platform

ପଟ୍ଟାମୁଣ୍ଡାଇ ପୋଲିସ ଦେଲାନି ନ୍ୟାୟ : ଡିଜି ଅଫିସ୍ ସମ୍ମୁଖରେ ଜୀବନ ହାରିବାର ପ୍ରୟାସ କଲେ ପୀଡିତା ..

କଟକ : ନିକଟରେ ଲଭ୍ –ସେକ୍ସ – ପ୍ରତାରଣାର ଏକ କୁତ୍ସିତ ଘଟଣା ପଟ୍ଟାମୁଣ୍ଡାଇରୁ ସାମ୍ନାକୁ ଆସିଥିଲା । ପଟ୍ଟାମୁଣ୍ଡାଇ ଅଞ୍ଚଳର ଏକ ଚର୍ଚ୍ଚିତ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାଁ ପ୍ରେମ, ଶାରୀରିକ ସମ୍ପର୍କ ଏବଂ ଧୋକା ଅଭିଯୋଗ ଆଣିଥିଲେ ସୁସ୍ମିତା ନାମକ ଜଣେ ଯୁବତୀ । ତେବେ ଅଭିଯୋଗ ପରେ ମଧ୍ୟ ପଟ୍ଟାମୁଣ୍ଡାଇ ପୋଲିସ କୌଣସି ପ୍ରକାରର ପଦକ୍ଷେପ ନନେବା ଯୋଗୁ ବୁଧୁବାର ଯୁବତୀ ଜଣଙ୍କ କଟକ ପୋଲିସ ମୁଖ୍ୟାଳୟ ରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏକ ଗଣମାଧ୍ୟମ ସଂସ୍ଥା ର ପ୍ରତିନିଧି ସରୋଜ ରଥ ଯୁବତୀ ଜଣଙ୍କୁ ପ୍ରତାରଣା ଦେବା ସହ ବ୍ଲାକ ମେଲିଂ କରି ଆସୁଥିଲେ । ଯାହାକୁ ନେଇ ସେ ବିଭିନ୍ନ ସମୟରେ ପୋଲିସ ର ଦ୍ବାରସ୍ଥ ହୋଇ ଆସୁଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ତ ମିଳୁ ନଥିଲା ବରଂ ପଟ୍ଟାମୁଣ୍ଡାଇ ପୋଲିସ ଦ୍ଵାରା ନିର୍ଯ୍ୟତନା ଦିଆଯାଉଥିଲା । ଯାହା ଫଳାରେ ସସ୍ମିତା ଆଜି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ କାବୁ କରିଥିଲେ । ସାମ୍ବାଦିକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣି ଓଡ଼ିଶା ପୋଲିସ ଡିଜି ଙ୍କ ନିକଟରେ ଫେରାଦ୍ ଦେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ସସ୍ମିତା ।

ସସ୍ମିତା ଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନୈକ ପ୍ରତିଷ୍ଠିତ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସରୋଜ ରଥ ଗତ ସାତ ବର୍ଷ ଧରି ଏହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ବିବାହ ର ପ୍ରଲୋଭନ ଦେଖାଇ ଆସୁଛନ୍ତି। ଆଜିକୁ ସାତବର୍ଷ ଧରି ଏଭଳି ପ୍ରଲୋଭନ ଦେଖାଇ ଆସୁଥିବା କଥା କହିଛନ୍ତି। ହେଲେ ପରେ ଯୁବତୀ ଜଣକ ଙ୍କୁ ସରୋଜ ଅନ୍ଧାରରେ ରଖିଥିଲେ କି ସେ ବିବାହିତ ବୋଲି। ଏନେଇ ଯେତେବେଳେ ମହିଳା ଜାଣିଥିଲେ ସେତେବେଳେ ସରୋଜ ତାଙ୍କୁ ଧମକ ଦେବା ସହ ପୁରୁଣା କିଛି ଆପତ୍ତିଜନକ ଫୋଟୋ ଓ ଭିଡ଼ିଓ ରଖି ବ୍ଲାକ ମେଲିଂ କରିଥିଲେ। ଯାହାକୁ ନେଇ ଯେତେବେଳେ ଯୁବତୀ ଜଣକ ଡିଲିଟ କରିବା ପାଇଁ ଅନୁରୋଧ କରିଥିଲେ ସେ ସମୟରେ ସରୋଜ ମାଡ ମାରିଥିଲେ। ଏହା ପରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବାପରେ ଦୁଇଜଣ ଥାନାକୁ ଆସିଥିଲେ। ହେଲେ ପୋଲିସ ସରୋଜ ଙ୍କ ସପକ୍ଷରେ ଥିବା କଥା ଯୁବତୀ ଅନୁଭବ କରିବାରୁ ନିଜର ସୁରକ୍ଷା ଓ କଡା କାର‌୍ୟ୍ୟନୁଷ୍ଠାନ ଦାବି କରିବା ଦାବିରେ ପୋଲିସ ଡିଜି ଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଯଦି କିଛି ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ଡ଼ିଜି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣକ ଚେତାବନୀ ଦେଇଛନ୍ତି ।

ଏହାପରେ କଟକ ପୋଲିସ୍ କର୍ମୀଙ୍କ ଦ୍ୱାରା ସସ୍ମିତାଙ୍କୁ କଳେବଳେ କୌଶଳେ ଉଦ୍ଧାର କରାଯାଇଥିଲା । କିନ୍ତୁ ସେହି ସମୟରେ ପୀଡିତା ସସ୍ମିତା ଗଣମାଧ୍ୟମ ଆଗରେ ତଣ୍ଟି ଫଟାଇ କହିଥିଲେ । ଯେ କିପରି ତାଙ୍କ ସହ ପଟ୍ଟାମୁଣ୍ଡାଇ ପୋଲିସ୍ ଥାନାରେ ଅତ୍ୟାଚାର ହୋଇଛି । ‘ସେ ସାମ୍ବାଦିକ ବୋଲି ଛାଡିଦେଲ’ । ଆଉ ମୋତେ ମାଡ ମାରଲ । ମତେ ପଟ୍ଟାମୁଣ୍ଡାଇ ପୋଲିସ ଷ୍ଟେସନ ରେ ଏସଡିପିଓଙ୍କ ସମ୍ମୁଖରେ ମାଡ ମରାଯାଇଛି । ପଟାମୁଣ୍ଡାଇ ଆଇଆଇସି ଚନ୍ଦ୍ରିକା ଏବଂ ରାକେଶ ତ୍ରୀପାଠି ସହ ପୁରା ପୋଲିସ୍ ଡିପାର୍ଟମେଣ୍ଟ ତାକୁ ସହଯୋଗ କରୁଛି । ‘ସିସିଟିଭି ଜାଞ୍ଚ କରାଯାଉ’ ବୋଲି ଚିଲ୍ଲାଇ କହିଛନ୍ତି ସସ୍ମିତା । ତେବେ କଣ ସସ୍ମିତାଙ୍କୁ ମିଳିପାରିବ ନ୍ୟାୟ ?

Leave a Reply

Your email address will not be published. Required fields are marked *