ନଦୀରୁ ଉର୍ଦ୍ଧାର ହେଲା ଯୁବତୀଙ୍କ ମୁଣ୍ଡ ବିହୀନ ଶରୀର
1 min readଭୁବନେଶ୍ୱର : ଆଜି ସକାଳ ସମୟରେ ଟିଟିଲାଗଡର ସଇଁତଳା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟ କର ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ କମରଲଗା ଗାଁର କିଛି ଲୋନ୍ନେିକଟରେ ଥିବା ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ପହଞ୍ଚି ଗ୍ରାମବାସୀ ଏକ ମୁଣ୍ଡ ବିହୀନ ଶରୀର ଭାସୁଥିବାର ଦେଖିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଗ୍ରାମବାସୀ ସଇଁତଳା ଥାନାକୁ ଖବର ପଠାଇଥିଲେ ।
ଖବର ପାଇ ପୋଲିସ ଘଟନା ସ୍ଥଳରେ ପହଞ୍ଚି ମୁଣ୍ଡ ନଥିବା ଶରୀରଟିକୁ ପାଣିରୁ ଉର୍ଦ୍ଧାର କରି ଶବ ବ୍ୟବିଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ସାଇଣ୍ଟିଫିକ୍ ଟିମ୍ ଏବଂ କୁକୁର ସହାୟତାରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଦେଇଥିଲା ଲାନ୍ଥ ନଦୀ ପଠାରେ । ନଦୀ ପଠାରୁ କିଛି ଦୂରରେ ପୋଲିସକୁ ଗୁଡାଏ ରକ୍ତ ପଡିଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ବ୍ୟବିଛେଦ ପାଇଁ ପଠାଯାଇଥିବା ଶରୀରଟି ଜଣେ ଯୁବତୀଙ୍କର ବୋଲି ପ୍ରମାଣ ହୋଇଥିବା ବେଳେ , ମୁଣ୍ଡ ନଥିବାରୁ ତାଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡିଛି ।
ପୋଲିସ ଅନୁମାନ କରିଛି ଯେ ଯୁବତୀ ଜଣଙ୍କୁ ନଦୀ ପଠାକୁ ଅଣାଯାଇ ସେଠାରେ ହିଁ ବିଭତ୍ସ ହତ୍ୟା କରାଯାଇଛି ଓ ପରେ ଶରିରଟିକୁ ମୁଣ୍ଡରୁ ଅଲଗା କରାଯାଇ ନଦୀକୁ ଫିଙ୍ଗି ଦିଆଯାଇଛି । ତେବେ ଯୁବତୀ ଜଣଙ୍କର ପରିଚୟ ମିଳିପାରିନଥିବାରୁ ପୋଲିସ ପାଇଁ ଏହା ଏକ ବଢ ଧରଣର ଚ୍ୟାଲେଞ୍ଜ ପାଲଟିଯାଇି ।