Pratidin TV

Odisha's Digital News Platform

ହାତଗୋଡ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର : ରାଜନୈତିକ ଶତ୍ରୁତାରୁ ଅପହରଣ ଓ ପରେ ଗଣଦୁଷ୍କମ

1 min read

ବରଗଡ : ଆଜି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ନାବାଳିକାଙ୍କ ଅପହରଣ ଏହା ସହ ଦୁଷ୍କର୍ମ । ତେବେ ପ୍ରତ୍ୟକ ଦିନ କେଉଁଠି ନା କେଉଁଠି ଏପରି ଘଟଣା ଶୁଣିବାକୁ ମିଳୁଛି । କିନ୍ତୁ ଏପର୍ଯ୍ୟାନ୍ତ ଦେଶରେ ତଥା ରାଜ୍ୟରେ ରୋକାଯାଇ ପାରୁନାହିଁ ଏସବୁ ଘୃଣ୍ୟ କାର୍ଯ୍ୟାକୁ । ରାଜନୈତିକ ଆକ୍ରୋଶରେ ଜଣେ ନାବାଳିକାକୁ ଅପହରଣ କରାଯାଇ ପରେ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନବାଳିକାଙ୍କ ବାପା । ତେବେ ଘଟଣାଟି ବରଗଡ ଜିଲ୍ଲାର ଗାଇସିଲେଟ ଥାନା ଫିଙ୍ଗିରିମାଲର ଘଟଣା ।


ଆଜି ସକାଳ ୭ଟା ସମୟରେ ଫିଙ୍ଗିରିମାଲ ଗାଁଠାରୁ ୩ ରୁ ୪ କିଲୋମିଟର ଦୂର ଏକ ନାଳି /ଜୋର ନିକଟରୁ ହାତଗୋଡ ବନ୍ଧା , ଅଚେତ୍ ଅବସ୍ଥାରେ ପରିବାର ଲୋକଙ୍କ ଉପସ୍ଥିତିରେ ଉର୍ଦ୍ଧାର କରିଥିଲା ପୋଲିସ । ଗତକାଲି ନାବାଳିକାଙ୍କୁ ୨ ଜଣ ବ୍ୟକ୍ତି ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଆଜି ନାବାଳିକାଙ୍କୁ ଅଚେତ୍ ଅବସ୍ଥାରେ ପାଇ ପ୍ରଥମେ ଗାଇସିଲେଟି ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ବରଗଡ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ଏବେ ସୁର୍ଦ୍ଧା ମଧ୍ୟ ନାବାଳିକାଙ୍କ ଚେତା ଫେରିନଥିବା ନେଇ ଅବସ୍ଥା ଗୁରୁତର ଅଛି ବୋଲି କହିଛନ୍ତି ଡାକ୍ତର ।
ସେହିପରି ପୋଲିସ ନାବାଳିକା ବାପାଙ୍କର ଅଭିଯୋଗ ଆଧାରରେ ୨ ଅଭିଯୁକ୍ତଙ୍କୁ ଖୋଜୁଛି ।

Advertisement

Leave a Reply

Your email address will not be published. Required fields are marked *